fbpx
BSKY SKY
BSKY SKY

ଓଡ଼ିଶାରେ ବିମାନସେବାକୁ ମିଳିଛି ଅଗ୍ରାଧିକାର: ପୁଞ୍ଜିନିବେଶକୁ ମିଳିଛି ବଡ଼ ସଫଳତା

BSKY

ଭୁବନେଶ୍ୱର: ଓଡ଼ିଶାର ସରକାରଙ୍କ ବିକାଶମୂଖୀ ଶିଳ୍ପ ନୀତି ଯୋଗୁଁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପୁଞ୍ଜି ନିବେଶକାରୀଙ୍କ ସୁଅ ଛୁଟିବାରେ ଲାଗିଛି । ପୁଞ୍ଜି ନିବେଶରେ ଓଡ଼ିଶା ରେକର୍ଡ କରିଛି । ଦେଶର ପ୍ରଥମ ୫ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି । ପୁଞ୍ଜି ନିବେଶ କ୍ଷେତ୍ରରେ ଉତ୍ତର ପ୍ରଦେଶ, ଗୁଜରାଟ ପରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି । ବ୍ୟାଙ୍କ ଋଣ ସହାୟତାରେ ଉତ୍ତରପ୍ରଦେଶ, ଗୁଜରାଟ, ଓଡ଼ିଶା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୫୭% ରୁ ଅଧିକ ପୁଞ୍ଜି ନିବେଶ ହୋଇଥିବା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଗତ ଆର୍ଥିକ ବର୍ଷରେ ଦେଶର ବିଭିନ୍ନ ରାଜ୍ୟରେ ପୁଞ୍ଜି ନିବେଶ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ପ୍ରଦାନ କରାଯାଇଛି । ୫୭% ମଧ୍ୟରୁ ଓଡ଼ିଶାରେ କେବଳ ୧୧.୮% ପୁଞ୍ଜି ନିବେଶ କରାଯାଇଛି ।

ତେବେ ପୁଞ୍ଜି ନିବେଶ କ୍ଷେତ୍ରରେ ଗୋଆ ଓ କେରଳ ସବୁଠାରୁ ପଛରେ ରହିଛନ୍ତି । ଆର୍ବିଆଇର ରିପୋର୍ଟ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ବ୍ୟାଙ୍କଗୁଡିକ ସହାୟତାରେ ପ୍ରାୟ ୮୦% ଅର୍ଥ ନୂଆ ପ୍ରକଳ୍ପରେ ବିନିଯୋଗ କରାଯାଇଛି । ଯାହାକି ବିଗତ ୮ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଦେଶରେ ମୋଟ ୯୮୨ଟି ପ୍ରକଳ୍ପ ପାଇଁ ବ୍ୟାଙ୍କମାନେ ୩ଲକ୍ଷ ୫୨ହଜାର ୬୨୪କୋଟିର ଋଣ ସହାୟତା ଯୋଗାଇ ଦେଇଛନ୍ତି । ସେଥିମଧ୍ୟରୁ ୫୪୭ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୬୬ହଜାର ୫୪୭କୋଟି ଟଙ୍କା ବ୍ୟାଙ୍କ ତରଫରୁ ଋଣ ପ୍ରଦାନ କରାଯାଇଛି । ଯାହାକି ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୮୭.୭% ଅଧିକ ବୋଲି କୁହାଯାଉଛି । ଓଡ଼ିଶାରେପୁଞ୍ଜି ନିବେଶ ପାଇଁ ଉନ୍ନତ ଭିତ୍ତିଭୂମି ଓ ଶିଳ୍ପ ପ୍ରତିଷ୍ଠ ପାଇଁ ଅନୁକୂଳ ବାତ୍ତାବରଣ ଥିବାରୁ ଶିଳ୍ପପତିମାନେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ବୈମାନିକ ସେବା କ୍ଷେତ୍ରରେ ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୨୦୨୨ ଏପ୍ରିଲରୁ ବ୍ୟାଙ୍କ ଗୁଡିକ ସହାୟତାରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଧିକ ପୁଞ୍ଜି ବିନିଯୋଗ କରାଯାଇଛି ।

ରିଜର୍ଭ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଓଡ଼ିଶା ସମେତ ୫ଟି ରାଜ୍ୟରେ ଉନ୍ନତ ଶିଳ୍ପ ଭି୍ତ୍ତିଭୂମି ଓ ସରକାରୀ ପ୍ରୋତ୍ସାହନ ଯୋଗୁଁ ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ବଜାରରୁ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ନିବେଶ ସମ୍ଭବ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ଯେ, ଓଡ଼ିଶାକୁ ପୁଞ୍ଜି ନିବେଶକାରୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତ୍ୱତ୍ୱ ମାଇଲଷ୍ଟୋନ ପରି କାମ ଦେଇଛି । ଯାହାକି ଅନ୍ୟ ରାଜ୍ୟଗୁଡିକ ପାଇଁ ଉଦାହରଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.