fbpx

ଆଜିଠୁ ବନ୍ଦ ହେଲା ବାବା ଆଖଣ୍ଡଳମଣିଙ୍କ ଦର୍ଶନ

ଭଦ୍ରକ ୧୫ ।୪(ଓଡିଶା ଭାସ୍କର) : ବାବା ଆଖଣ୍ଡଳମଣିଙ୍କ ସାଧାରଣ ଦର୍ଶନକୁ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ମନ୍ଦିିରର ଜଣେ  ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଆଜି ଦିନ ୧୨ଟାରୁ ୧୭ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମନ୍ଦିର ମଧ୍ୟକୁ ଭକ୍ତମାନେ ପ୍ରବେଶ କରିପାରିବେ ନାହିଁ ବୋଲି ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲ କହିଛନ୍ତି । କେବଳ ସେବାୟତମାନେ ପ୍ରବେଶ କରି ମନ୍ଦିରର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିପାରିବେ । ଅନ୍ୟପଟେ ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରି ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି । ମନ୍ଦିରର ସେବାୟତ କରୋନା ସଂକ୍ରମିତ ହୋଇଥିବାରୁ ମନ୍ଦିର ଚାରିପାଖ ସାନିଟାଇଜ୍ କରାଯିବା ସହ ସମସ୍ତ ସେବାୟତଙ୍କ କରୋନା ଟେଷ୍ଟ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ୨୯୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭୩୩ ଜଣ କ୍ୱାରେଣ୍ଟାଇନ୍ରେ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ୧୨୫୬ଟି ଲୋକାଲ୍ କେସ୍ ରହିଛି ।

Get real time updates directly on you device, subscribe now.