fbpx
BSKY SKY
BSKY SKY

ଏଣିକି ବିଦ୍ୟାଳୟରେ ଭଗବତ ଗୀତା ପଢ଼ିବା ହେଲା ବାଧ୍ୟତାମୂଳକ: ଏହି ରାଜ୍ୟରେ ସରକାରଙ୍କ ଦ୍ୱାରା ଜାରି ହେଲା ନୂଆ ପାଠ୍ୟକ୍ରମ

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ପିତାମାତା ଇଂରାଜୀ ମିଡିୟମ ସ୍କୁଲକୁ ଯାଉଥିବା ଦେଖାଯାଇଥାଏ । ତେବେ ପିଲମାନେ ମଧ୍ୟ ପାଶ୍ଚାତ୍ୟ ସଂସ୍କୃତିର କବଳରେ କବଳିତ ହୋଇ ଇଂରାଜୀ ଭାଷା ପ୍ରତି ଆକୃଷ୍ଟ ହେଉଛନ୍ତି । ତେବେ ଏପରି ସ୍ଥିତିରେ ଗୁଜୁରାଟ ସରକାର ନେଇଛନ୍ତି ଏକ ସ୍ୱତନ୍ତ୍ର ପଦକ୍ଷେପ । ଗୁଜୁରାଟର ସମସ୍ତ ବିଦ୍ୟାଳୟରେ ଏଣିକି ପିଲାମାନଙ୍କ ପାଠ୍ୟକ୍ରମରେ ଭାଗବତ ଗୀତା ସାର ଯୋଗ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ତେବେ ଏ ନେଇ ଗୁଜୁରାଟ ଶିକ୍ଷା ମନ୍ତ୍ରୀ କୁବେର ଡିଂଡୋର ଏକ ପ୍ରେସ ମୀଟରେ ଘୋଷଣା କରିଛନ୍ତି । ଏପରିକି ପିଲାମାନଙ୍କ ପାଇଁ ନୂତନ ପାଠ୍ୟକ୍ରମ ମଧ୍ୟ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ତେବେ ଏହାକୁ ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ଆଧାରରେ କାର୍ଯ୍ୟକାରୀ କରାଯିବା ନେଇ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ, ମୋକ୍ଷଦା ଏକାଦଶୀ ଭାବେ ବେଶ ଲୋକପ୍ରିୟ । ତେବେ ଏହି ଦିନ ଗୀତା ଜୟନ୍ତୀ ମଧ୍ୟ ପାଳନ କରାଯାଇଥାଏ । ତେବେ ଏହି ଦିନ ଗୁଜୁରାଟ ସରକାର ୬ଷ୍ଠ ଏବଂ ୮ମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କର ଭଗବତ ଗୀତା ଅଧ୍ୟୟନ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ପିଲାମାନେ ତାଙ୍କର ବିଦ୍ୟାଳୟରୁ ହିଁ ଭଗବତ ଗୀତା ପଢ଼ି ଏହା ବିଷୟରେ ଜାଣିବେ ବୋଲି ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହା ସହିତ ଏହି ଗ୍ରନ୍ଥ ଗୋଟିଏ ନୁହେଁ ବରଂ ସବୁ ଧର୍ମର ସାର ବୋଲି ସେ କହିଛନ୍ତି । ଏହାର ଅଧ୍ୟୟନ ଦ୍ୱାରା ପିଲାମାନଙ୍କ ମନରେ ନିରାଶ ସମୟରେ ଏକ ନୂତନ ଆଶାର ସଞ୍ଚାର କରିବାରେ ଏହା ସହାୟକ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ତେବେ ଗୁଜୁରାଟ ସରକାର ଗତ ବର୍ଷ ଏ ନେଇ ଘୋଷଣା କରିଥିଲେ । କିନ୍ତୁ ପାଠ୍ୟକ୍ରମ ପିଶ୍ଚିତ କରିବାରେ ବିଳମ୍ବ ହେବା କାରଣରୁ ଏହାକୁ କାର୍ଯ୍ୟକାରୀ କରାଯାଇ ନଥିଲା । ତେବେ ଚଳିତ ବର୍ଷରୁ ଆରମ୍ଭ କରି ସମସ୍ତ ସରକାରୀ ସ୍କୁଲରେ ପିଲାମାନଙ୍କ ପାଇଁ ଭଗବତ ଗୀତା ପଢ଼ିବା ବାଧ୍ୟତାମୂଳକ କରାଯିବ । ତେବେ ଏହା ପାଇଁ ସ୍ୱତନ୍ତ୍ର ଶିକ୍ଷକ ରଖାଯିବା କୌରସି ଆବଶ୍ୟକ ନାହିଁ । ସାଧାରଣ ଶିକ୍ଷକ ହିଁ ଏହାକୁ ପିଲାମାନଙ୍କୁ ପଢ଼ାଇବେ ବୋଲି କହିଛନ୍ତି ଶିକ୍ଷାମନ୍ତ୍ରୀ । ତେବେ ବର୍ତ୍ତମାନ ପାଇଁ ଏହା କେବଳ ସରକାରୀ ସ୍କୁଲରେ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ବେସରକାରୀ ସ୍କୁଲରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.