fbpx

ରାଜନୀତିରେ ଯୋଗ ଦେବେ ହରଭଜନ ସିଂ: ସିଦ୍ଧୁଙ୍କୁ ଭେଟିବା ପରେ ସୃଷ୍ଟି ହେଲା ସମ୍ଭାବନା

Advertisement

ନୂଆଦିଲ୍ଳୀ: ନିକଟରେ କ୍ରିକେଟରୁ ଅବସର ନେଇଥିବା ଷ୍ଟାର ସ୍ପିନର ହରଭଜନ ସିଂ ରାଜନୀତିରେ ଯୋଗ ଦେଇ ପାରନ୍ତି । ପଞ୍ଜାବ କଂଗ୍ରେସ ମୁଖ୍ୟ ନଭଜୋତ ସିଂ ସିଦ୍ଧୁଙ୍କ ସହିତ ଏହି ଷ୍ଟାର ଖେଳାଳିଙ୍କ ବୈଠକ ପରେ ଏହି ସମ୍ଭାବନା ବଢିବାରେ ଲାଗିଛି । ପୂର୍ବରୁ ହରଭଜନ ବିଜେପିରେ ଯୋଗ ଦେବା ନେଇ ସମ୍ଭାବନା ସୃଷ୍ଟି ହୋଇଥିଲେ ହେଁ ନିଜେ ଭଜ୍ଜି ଏହାକୁ ଖଣ୍ଡନ କରିଥିଲେ । ତେବେ ସିଦ୍ଧୁଙ୍କ ସହିତ ବୈଠକ ପରେ ସେ କଂଗ୍ରେସରେ ଯୋଗ ଦେବା ନେଇ ଆଲୋଚନା ହେଉଛି । ଏହି ବୈଠକ ପରେ ସିଦ୍ଧୁ ଫଟୋ ଟ୍ୱିଟ କରିବା ସହିତ ଭବିଷ୍ୟତର ସମ୍ଭାବନା ବୋଲି ଲେଖିବା କାରଣରୁ ସମସ୍ତେ ଉତ୍ସୁକ ରହିଛନ୍ତି ।

ରାଜନୀତିରେ ପ୍ରବେଶ କରୁଥିବା ନେଇ ନିଜେ ହରଭଜନ ମଧ୍ୟ ପରୋକ୍ଷରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ମୁଁ ଲୋକଙ୍କ ପାଇଁ କିଛି କରିବାକୁ ଚାହୁଁଛି । ହୁଏତ ରାଜନୀତିରେ ଯୋଗ ଦେଇପାରେ । ଏହା ସହିତ ଭଜ୍ଜି କହିଛନ୍ତି ସମସ୍ତ ରାଜନୈତିକ ଦଳରେ ତାଙ୍କର ଚିହ୍ନା ପରିଚିତ ଲୋକ ଅଛନ୍ତି ତେବେ ସେ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ୨୦୧୯ ଲୋକସଭା ନିର୍ବାଚନ ସମୟରେ ବିଜେପି ହରଭଜନଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଥିଲା । ତେବେ ସେ ସମୟରେ ଭଜ୍ଜି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ନିକଟରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ସମସ୍ତ ରାଜନୈତିକ ଦଳର ସେଣ୍ଟର ଅଫ ଆଟ୍ରାକ୍ସନ ପାଲଟିଛନ୍ତି ହରଭଜନ । ଭାରତ ପକ୍ଷରୁ ୧୦୩ ଟି ଟେଷ୍ଟ, ୨୩୬ ଦିନିକିଆ ଓ ୨୮ଟି ଟି-୨୦ ମୁକାବିଲା ଖେଳିଥିବା ବେଳେ ଯଥାକ୍ରମେ ୪୧୭, ୨୬୯ ଓ ୨୫ ୱିକେଟ ଅକ୍ତିଆର କରିଛନ୍ତି । ଭାରତର ଚତୁର୍ଥ ସର୍ବାଧିକ ୱିକେଟ ହାସଲକାରୀ ହରଭଜନ ଟେଷ୍ଟରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।

Get real time updates directly on you device, subscribe now.