fbpx

ବାହାନଗା ଟ୍ରେନ ଦୁର୍ଘଟଣା: କରମଣ୍ଡଳ ସହ ଧକ୍କା ଦେଇଥିଲା ଆଉ ଏକ ଟ୍ରେନ

ବାଲେଶ୍ୱର: ବାହାନଗା ନିକଟରେ ଗୋଟିଏ ସ୍ଥାନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଯାଇଛି । ସମାନ ସ୍ତାନରେ ଦୁଇଟି ଏକ୍ସପ୍ରେସ ଭିତରେ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ବାହାନଗା ଷ୍ଟେସନ ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ । କିଛି ସମୟ ପରେ ସମା ରୁଟରେ ଆସୁତିବ ା ଆଉ ଏକ ଏକ୍ସପ୍ରେସ ମଧ୍ୟ କରମଣ୍ଡଳକୁ ଧକ୍କା ଦେଇଥିଲା ।

ବେଙ୍ଗଲୁରୁ-ହ୍ୱାୱଡା ଏକ୍ସପ୍ରେସ ସେହି ବାଟ ଦେଇ ଯାଉଥିବା ବେଳେ କରମଣ୍ଡଳ ସହ ଧକ୍କା ହୋଇଛି । ଏ ନେଇ ଖଡଗପୁର ଡିଏମ୍ ସୂଚନା ଦେଇଛନ୍ତି । ଉଭୟ ଏକ୍ସପ୍ରେସର ଅେଅନକ ଗୁଡିଏ ବଗି ଓଲଟି ପଡିଥିବା ସେ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ଉଭୟ ଏକ୍ସପ୍ରେସର ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ମିଳିଛି । ତେବେ ଅନେକ ଯାତ୍ରୀ ଏବେ ବି ଟ୍ରେନ ତଳେ ଚାପି ହୋଇ ରହିଛନ୍ତି । ଏନଡିଆରଏଫ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Get real time updates directly on you device, subscribe now.