fbpx
BJD SKY
BJD SKY

୧୬ ଫେବୃଆରୀରେ ଭାରତ ବନ୍ଦ, ସାରା ଦେଶରେ ସ୍କୁଲ ବନ୍ଦ ରହିବ କି?

BJD

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ବିରୋଧ ପ୍ରଦର୍ଶନ ମଧ୍ୟରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଏବଂ ଏସକେଏମ ଫେବୃଆରୀ ୧୬ ରେ ଦେଶବ୍ୟାପୀ ଧର୍ମଘଟ ଘୋଷଣା କରିଛନ୍ତି ।

ଏହି ଧର୍ମଘଟ ମାଧ୍ୟମରେ ତାଙ୍କର ଲକ୍ଷ୍ୟ ରହିଛି କି କୃଷକଙ୍କ ସ୍ୱର ବୃଦ୍ଧି କରିବା, ଯାହାଦ୍ୱାରା ସରକାର ସେମାନଙ୍କ ଦାବି ପୂରଣ କରିବେ । କିନ୍ତୁ ଏହି ସମୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କାରଣ ବୋର୍ଡ ସିଜିନ୍ ଆରମ୍ଭ ହୋଇଯାଇଛି । ବିହାର ବୋର୍ଡ ଦଶମ ଏବଂ ସିବିଏସ୍ଇ ବୋର୍ଡ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜି ୧୫ ଫେବୃଆରୀରୁ ଆରମ୍ଭ ହେଉଛି, ଧୀରେ ଧୀରେ ଅନ୍ୟ ବୋର୍ଡ ପରୀକ୍ଷା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ଏହି କୃଷକ ଆନ୍ଦୋଳନ ଏବଂ ଭାରତବନ୍ଦର ଖବର ସ୍କୁଲ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇ ଦେଇଛି ।

୧୬ ଫେବୃଆରୀରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ କି?
ଦେଶବ୍ୟାପୀ ଗ୍ରାମୀଣ ବନ୍ଦର ସମୟ ୧୬ ଫେବୃଆରୀ ସକାଳ ୬ ଟାରୁ ୪ ଟା ପର୍ଯ୍ୟନ୍ତ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସରକାର କିମ୍ବା ବିଦ୍ୟାଳୟ ପ୍ରଶାସନ ଦ୍ୱାରା ସ୍ପଷ୍ଟ ହୋଇନାହିଁ ଯେ କୃଷକଙ୍କ ଆନ୍ଦୋଳନ ଏବଂ ଭାରତ ବନ୍ଦ ବିଦ୍ୟାଳୟର ସଞ୍ଚାଳନ ଉପରେ କି ପ୍ରଭାବ ପକାଇବ । ଯେପର୍ଯ୍ୟନ୍ତ କୌଣସି ନିର୍ଦ୍ଦେଶନାମା ନ ଆସେ, ଛାତ୍ରଛାତ୍ରୀମାନେ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ଚାଲିବେ ।

ଭରତ ବନ୍ଦର ପ୍ରଭାବ :-
ଅପରାହ୍ନରେ କୃଷକମାନେ ଦେଶର ମୁଖ୍ୟ ରାସ୍ତାରେ ମଧ୍ୟାହ୍ନ ୧୨ ଟାରୁ ୪ ଟା ମଧ୍ୟରେ ବିଶାଳ ଚକ୍କା ଜାମରେ ଅଂଶଗ୍ରହଣ କରିବେ । ଅଧିକାଂଶ ରାଜ୍ୟ ଏବଂ ଜାତୀୟ ରାଜପଥ ଚାରି ଘଣ୍ଟା ପାଇଁ ବନ୍ଦ ରହିବ । “ଏହି ଦିନ ସମସ୍ତ କୃଷି କାର୍ଯ୍ୟକଳାପ ଏବଂ ମନରେଗା ଏବଂ ଗ୍ରାମୀଣ କାର୍ଯ୍ୟ ପାଇଁ ଗ୍ରାମଗୁଡ଼ିକ ବନ୍ଦ ରହିବ । ସେହି ଦିନ କୌଣସି କୃଷକ, କୃଷି ଶ୍ରମିକ କିମ୍ବା ଗ୍ରାମୀଣ ଶ୍ରମିକ କାମ କରିବେ ନାହିଁ ।

ଭାରତ ବନ୍ଦରେ ସ୍କୁଲ ବନ୍ଦ :-
ରାଜ୍ୟ ସରକାର ବିଦ୍ୟାଳୟ ବନ୍ଦ କରିବାର ଘୋଷଣା କରିନାହାଁନ୍ତି । ବୋର୍ଡ ପରୀକ୍ଷା ଚାଲିଛି, ଏହାରି ମଧ୍ୟରେ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବାର ସମ୍ଭାବନା କମ୍ । ତଥାପି, ବିଦ୍ୟାଳୟ ଖୋଲିବା କିମ୍ବା ବନ୍ଦ ବିଷୟରେ ସଠିକ୍ ସୂଚନା ପାଇଁ ଛାତ୍ର ଓ ଅଭିଭାବକମାନେ ସମ୍ପୃକ୍ତ ବିଦ୍ୟାଳୟଗୁଡ଼ିକ ସହିତ ଯୋଗାଯୋଗରେ ରହିବାକୁ ପରାମର୍ଶ ଦିଆଯାଇଛି ।

ଛାଡ୍ ପାଇବ ଏହି ସେବା :-
ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଅପରେସନ୍, ଖବରକାଗଜ ବଣ୍ଟନ, ବିବାହ ଏବଂ ଚିକିତ୍ସା ଦୋକାନ ପାଇଁ ଅତ୍ୟାବଶ୍ୟକ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ । ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନେ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ ନାହିଁ ।

 

 

ଯକୃତରୋଗ ଦୂରକରେ ‘ଗିଲୋୟ’
ଗିଲୋୟ (ଟିନୋସପୋରା କର୍ଡିଫୋଲିଆ)ର ହେପାଟୋପ୍ରୋଟେକ୍ଟିଭ ବା
ଯକୃତକୁ ସୁସ୍ଥ ରଖିବାର କ୍ଷମତା ଏବଂ ଅନ୍ୟାନ୍ୟ ଉପକାରିତାକୁ ୟୁକେ ପକ୍ଷରୁ
ଗ୍ରହଣ କରାଯାଇଛି । ୟୁକେର ପ୍ରସିଦ୍ଧ ଗବେଷଣା ପତ୍ରିକା ‘ଜର୍ଣ୍ଣାଲ ଅଫ୍ ଦି
ରୟାଲ ଫାର୍ମାସ୍ୟୁଟିକାଲ ସୋସାଇଟି ଅଫ୍ ଗ୍ରେଟ୍ ବ୍ରିଟେନ’ରେ ପ୍ରକାଶିତ
ହୋଇଛି । ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ‘ଜର୍ଣ୍ଣାଲ ଅଫ୍ ଫାର୍ମାସି ଏବଂ
ଫାର୍ମାକୋଲୋଜି’ରେ ମଧ୍ୟ ପ୍ରକାଶିତ ହୋଇଛି । ଗିଲୋୟ ଉପରେ ହୋଇଥିବା
ଗବେଷଣାରୁ ଜଣାପଡିଛି ଯେ ଏହା ଯକୃତକୁ ସୁସ୍ଥ ରଖିବା ସହିତ ଶରୀରର
କୋଷଗୁଡ଼ିକର ଅବକ୍ଷୟକୁ ରୋକିବାରେ ଏବଂ ଯକୃତକୁ ସୁରକ୍ଷା ଯୋଗାଇବାରେ
ସହାୟକ ହୋଇଥାଏ । ଗିଲୋୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।
ଦୈନିକ ଗିଲୋୟ ଆହାର କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.