ରାଜଧାନୀରେ ଭରତପୁର ଘଟଣାର ପୁନରାବୃତ୍ତି, କୋଷ୍ଟଗାର୍ଡ ଅଧିକାରୀଙ୍କ ପରିବାରକୁ ମଦ୍ୟପଙ୍କ…

ଭୁବନେଶ୍ୱର: ରାଜଧାନୀରେ ଥମୁନି ମଦ୍ୟପଙ୍କ ଉତ୍ପାତ । ପୁଣି ରାସ୍ତାରେ ମଦ୍ୟପ ଜଣେ ସୁରକ୍ଷା ଅଧିକାରୀଙ୍କ ସହ କଲେ ଦୁର୍ବ୍ୟବହାର । ନିଛାଟିଆ ରାସ୍ତାରେ ଗାଡ଼ି ଗାଡି ଅଟକାଇ ଅଧିକାରୀ ଓ ତାଙ୍କ ପତ୍ନୀଙ୍କ ପ୍ରତି ଖରାପ ଆଚରଣ କରିଥିବା ନେଇ ହେଲା ଅଭିଯୋଗ । ପୋଲିସ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଉଭୟଙ୍କ ଘର ଜଗତସିଂହପୁର ବାଲିକୁଦାରେ ହୋଇଥିବା ସୂଚନା ।

ଗତ ରାତିରେ ଜଣେ କୋଷ୍ଟଗାର୍ଡ ଡ଼ିଆଇଜି ଓ ତାଙ୍କ ପତ୍ନୀଙ୍କୁ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିୟମ ଛକ ନିକଟରେ ଦୁର୍ବ୍ୟବହାର କରିଥିବା ନୟାପଲି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଗତକାଲି ରାତି ପ୍ରାୟ ୯ ଟା ୧୫ ସମୟରେ ଡିଆଇଜି ତାଙ୍କ ପତ୍ନୀଙ୍କ ସହ କାରରେ ବେହେରା ସାହି ପଟକୁ ଯାଉଥିଲେ । ସେହି ସମୟରେ ଏକ ସ୍କୁଟି କାର ଆଗରେ ହଠାତ ଅଟକିଥିଲା । ଅତ୍ୟଧିକ ମଦ୍ୟପାନ କରିଥିବା ଦୁଇ ଯୁବକ କାରକୁ ଅଟକାଇବା ସହ ଡ଼ିଆଇଜି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଓ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରିଥିଲେ । ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏ ନେଇ ନୟାପଲ୍ଲୀ ଥାନାରେ ଡ଼ିଆଇଜି ଅଭିଯୋଗ କରିଥିଲେ । ଡିଆଇଜିଙ୍କ ସହ ଥାନାକୁ ଅନ୍ୟ କୋଷ୍ଟଗାର୍ଡ କର୍ମଚାରୀ ମଧ୍ୟ ଯାଇଥିଲେ । ତେବେ ପୋଲିସ ଘଟଣାକୁ ଗୁରୁତର ନେବା ସହ ତଦନ୍ତ ଆରମ୍ଭ କରିଥିଲା । ଖବର ପାଇ ବିଳମ୍ବିତ ରାତିରେ ପୋଲିସ କମିଶନର ଦେବଦତ୍ତ ସିଂହ ଥାନାକୁ ଗସ୍ତ କରିବା ସହ ପୁରା ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଘଟଣା ଘଟାଇଥିବା ଦୁଇ ମଦ୍ୟପଙ୍କୁ ପୋଲିସ ଅଟକ ରଖିବା ସହ ତଦନ୍ତ କରିଥିଲା ।

ଏହି ଘଟଣାକୁ ଗୁରୁତର ସହ ନେଇ ମାତ୍ର ୧୨ ଘଣ୍ଟାରେ ଅବିଯୁକ୍ତଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କ ଘର ଜଗତସିଂହ ପୁର ବାଲିକୁଦା ଅଞ୍ଚଳରେ ହୋଇଥିବା ଜଣାପଡିଛି । ପୋଲିସ ପାଇଁ ମଦ୍ୟପଙ୍କ ଉପଦ୍ରବ ଦିନକୁ ଦିନ ମୁଣ୍ଡ ବ୍ୟଥାର କାରଣ ହୋଇଛି ।

ରାଜଧାନୀରେ ଭରତପୁର ଘଟଣାର ପୁନରାବୃତ୍ତି, କୋଷ୍ଟଗାର୍ଡ ଅଧିକାରୀଙ୍କ ପରିବାରକୁ ମଦ୍ୟପଙ୍କ…

 

Get real time updates directly on you device, subscribe now.