fbpx

ବୋହୂର ଅଭିଯୋଗ ଭିତ୍ତିହୀନ: ଭର୍ତ୍ତୃହରି, କହିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ବୋହୂ ଆଣିଲେ ସାଂଘାତିକ ଅଭିଯୋଗ । ୨୦୧୬ରେ ଦେଢ଼କୋଟି ଟଙ୍କା ଯୌତୁକ ଦାବିରେ ଦିଆଯାଇଥିଲା କିନ୍ତୁ ତଥାପି ତାଙ୍କୁ ନିର୍ଯାତନା ଦିଆଗଲା । ଏପରିକି ଘରୁ ତଡ଼ି ଦିଆଗଲା ବୋଲି ବରିଷ୍ଠ ରାଜନେତା ଭର୍ତ୍ତୃହରି ମହତାବଙ୍କ ବୋହୂ ସାକ୍ଷୀ ଅଭିଯୋଗ ଆଣିବା ପରେ ଶ୍ରୀ ମହତାବ ମୁହଁ ଖୋଲିଛନ୍ତି ।

ଭର୍ତ୍ତୃହରି କହିଛନ୍ତି ଯେ ପୁଅ-ବୋହୂଙ୍କ ମଧ୍ୟରେ ବୁଝାମଣା ବିଫଳ ହେବା ପରେ ମାମଲା ରହିଛି କୋର୍ଟରେ । ଦୁଇବର୍ଷ ହେଲା ସେମାନଙ୍କ ଡିଭୋର୍ସ ସମ୍ପର୍କିତ ଶୁଣାଣି ଚାଲିଛି । ଯୌତୁକ ନିର୍ଯାତନା କଥା ସମ୍ପୂର୍ଣ୍ଣ ମିଛ । ସ୍ୱାମୀ-ସ୍ତ୍ରୀ ଭାବେ ସେମାନେ ମାତ୍ର ୪-୫ ଦିନ ରହିଥିଲେ । ପରେ ପୁଅ-ବୋହୂ ଅଲଗା ରହୁଥିବାବେଳେ ବୋହୂ ଭୋପାଳରେ ତାଙ୍କ ପରିବାର ସହ ରହୁଛନ୍ତି । ଜାତୀୟ ଗଣମାଧ୍ୟମକୁ ଭର୍ତ୍ତୃହରି ସ୍ପଷ୍ଟ କରିଛନ୍ତି ଯେ ୪ ବର୍ଷ ଧରି ବୋହୂ ଭୋପାଳରେ ରହୁଥିବାବେଳେ ୨ବର୍ଷ ହେଲା ପୁଅ-ବୋହୂଙ୍କ ମାମଲା କୋର୍ଟରେ ଶୁଣାଣି ଚାଲିଛି । କିନ୍ତୁ ଯୌତୁକ ନିର୍ଯାତନା କଥା ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.