fbpx

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କ ଘୋଷଣା: ‘ଯୋଗୀ ଯେଉଁ ସିଟରୁ ଲଢିବେ, ମୁଁ ମଧ୍ୟ ସେଠାରୁ ଲଢ଼ିବି’

ଲକ୍ଷ୍ନୌ ୦୮।୧୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଓରଫ୍ ରାବଣ ସୋମବାର ବଡ଼ ଘୋଷଣା କରିଛନ୍ତି । ଆଜାଦ ପାର୍ଟି ନାମରେ ପ୍ରଥମ ଥର ମଇଦାନକୁ ଓହ୍ଲାଉଥିବା ଚନ୍ଦ୍ରଶେଖର ଘୋଷଣା କରିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବେ । ୟୁପିର ସମସ୍ତ ୪୦୩ ସିଟରେ ନିର୍ବାଚନ ଲଢିବାକୁ ଘୋଷଣା କରି ସାରିଥିବା ଚନ୍ଦ୍ରଶେଖର ମେଣ୍ଟ ଉପରେ ମଧ୍ୟ ନିଜର ସ୍ଥିତି ସ୍ପଷ୍ଟ କରିଛନ୍ତି।

ଏନଡିଟିଭି ସହ ଆଲୋଚନା ବେଳେ ଚନ୍ଦ୍ରଶେଖର କହିଛନ୍ତି, ଯେଉଁ ଆସନରୁ ଯୋଗୀ ନିର୍ବାଚନ ଲଢ଼ିବେ ସେଠାରୁ ସେ ନିର୍ବାଚନ ଲଢ଼ିବେ । ଗତ ଚାରି ବର୍ଷରେ ଯେଉଁଭଳି ଯୋଗୀ ଲୋକଙ୍କ ଉପରେ ଅତ୍ୟାଚାର କରିଛନ୍ତି, ଏହାର ପ୍ରତିଶୋଧ ନେବା ପାଇଁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବି ଏବଂ ତାଙ୍କୁ ବିଧାନସଭାରେ ପୂରେଇ ଦେବି ନାହିଁ । ଯୋଗୀ କେଉଁ ସିଟରୁ ଲଢ଼ିବେ ପ୍ରସ୍ତୁତ ହୋଇ ଯାଆନ୍ତୁ, ମୁଁ ମଧ୍ୟ ସେହି ସିଟରୁ ନିର୍ବାଚନ ଲଢିବି ବୋଲି ରଣହୁଙ୍କାର ଦେଇଛନ୍ତି ଚନ୍ଦ୍ରଶେଖର ଆଜାଦ।

ଚନ୍ଦ୍ରଶେଖର କହିଛନ୍ତି, ଯୋଗୀଙ୍କ  ହରାଇବା ପାଇଁ ହେଲେ କୌଣସି ମଜବୁତ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବା ଉଚିତ୍ । ବିଜେପିକୁ ରୋକିବାର ଅଛି ତ ଯୋଗୀଙ୍କୁ ରୋକିବା ବହୁତ ଜରୁରୀ । ଯୋଗୀ ବିଜେପିର ସବୁଠୁ ମଜବୁତ ପ୍ରାର୍ଥୀ । ତେଣୁ ତାଙ୍କ ବିରୋଧରେ ମଜବୁତ ପ୍ରାର୍ଥୀ ରହିବା ଦରକାର । ଅଖିଳେଶ କିମ୍ବା ମାୟାବତୀଙ୍କୁ ଲଢିବା ଉଚିତ୍ । ଯଦି ଦୁହେଁ ଲଢ଼ିବେ ନାହିଁ ତେବେ ମୋତେ ସମର୍ଥନ କରନ୍ତୁ । ମୋର ପ୍ରସ୍ତାବ ଏହା ଯେ, ବିରୋଧୀ ଏହା ଉପରେ ବିଚାର କରନ୍ତୁ ।

Get real time updates directly on you device, subscribe now.