fbpx

ଚିକେନ୍ ନ ଖାଇବାକୁ ଭୁବନେଶ୍ୱର ମେୟରଙ୍କ ଅନୁରୋଧ; ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚିକେନ୍ ନ ଖାଇବାକୁ ଅନୁରୋଧ କଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ । ରାଜଧାନୀବାସୀଙ୍କୁ ଚିକେନ୍ ନ ଖାଇବାକୁ ମେୟରଙ୍କ ଅନୁରୋଧ । ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ଏପରି କହିଚନ୍ତି ମେୟର୍ ।  ‘କିଛି ଦିନ ରାଜଧାନବାସୀଙ୍କୁ ଚିକେନ୍ ନ ଖାଇବାକୁ ଅନୁରୋଧ କରୁଛି । ସଂକ୍ରମିତ ଅଞ୍ଚଳରୁ କୁକୁଡ଼ା ନ କିଣିବାକୁ ଦୋକାନୀଙ୍କୁ ଅନୁରୋଧ କରାଯାଇଛି ।’

ସେପଟେ ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନି ବୋଲି ଗତ ବୁଧବାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା, ତାହା ନେଗେଟିଭ ଆସିଛି । ନିରାକରଣ ଦୃଷ୍ଟିରୁ ଜଣଙ୍କୁ ଆଇସୋସଲେସନରେ ରଖାଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସଜାଗ ରହିଛି । ଏଥିସହ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ବାର୍ଡ ଫ୍ଲୁକୁ ନେଇ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.