fbpx
BSKY
BJD MC SKY
BJD MS SKY

ସ୍ମାର୍ଟ ସିଟି ଦୌଡ଼: ଭୁବନେଶ୍ୱରକୁ ୨ଟି ଆୱାର୍ଡ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍ମାର୍ଟ ସିଟି ଦୌଡ଼ରେ ଭୁବନେଶ୍ୱରକୁ ଆଉ ଏକ ସଫଳତା । ଇଣ୍ଡିଆ ସ୍ମାର୍ଟ ସିଟି କଣ୍ଟେଷ୍ଟ ୨୦୨୦ରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍(ବିଏମ୍ସି)କୁ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଏମ୍ସି ସାଧାରଣ ନାଗରିକ ସେବା ପୋର୍ଟାଲ କୁ ପୁରସ୍କୃତ କରାଯାଇଥିଲା ।

ପୋର୍ଟାଲକୁ ସାମାଜିକ ବିଷୟବସ୍ତୁ ଓ ସରକାରୀ ସୁପରିଚାଳନା କ୍ଷେତ୍ରରେ ପୁରସ୍କୃତ କରାଯାଇଛି । ସାମାଜିକ ବିଷୟବସ୍ତୁ ବର୍ଗରେ ବିଏମ୍ସିର ଏହି ପୋର୍ଟାଲଟି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସରକାରୀ ସୁପରିଚାଳନା କ୍ଷେତ୍ରରେ ତୃତୀୟ ସ୍ଥାନ ହାସଲ କରିଛି । ସାମାଜିକ ବିଷୟବସ୍ତୁ ବର୍ଗରେ ତିରୁପତି ପ୍ରଥମ ସ୍ଥାନରେ ରହିଥିବା ବେଳେ ଟୁମକରୁ ତୃତୀୟ ସ୍ଥାନରେ ରହିଛି । ସେହିପରି ସରକାରୀ ସୁପରିଚାଳନା କ୍ଷେତ୍ରରେ ଭଦୋଦରା ଏବଂ ଥାନେ ପ୍ରଥମ ଦୁଇ ସ୍ଥାନରେ ରହିଥିଲେ । ବିଏମ୍ସିକୁ ଏହି ପୁରସ୍କାର ମିଳିବା ପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ସଞ୍ଜୟ କୁମାର ସିଂ ଖୁସି ଜାହିର କରିଛନ୍ତି । ନୂତନ ଯୋଜନା ଏବଂ ଉଦ୍ଭାବନ ପାଇଁ ବିଏମ୍ସି ଭୁବନେଶ୍ୱର ପୁରସ୍କୃତ ହୋଇଥିବା ବେଳେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସ୍ମାର୍ଟ ସିଟି ଚ୍ୟାଲେଞ୍ଜରେ ଭଲ ପ୍ରଦର୍ଶନ କରିବ ବୋଲି ଶ୍ରୀ ସିଂ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.