fbpx

ଆସିଲା ରେଜଲ୍ଟ, ଜୁଲାଇ ୫ରେ ଇମପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇଛି । ପାସ୍ ହାର ୯୭.୮୯% ଥିବା ବେଳେ ଏବେବି କିଛି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଏହାରି ମଧ୍ୟରେ ଇମପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ବାହାରିଛି । ଆସନ୍ତା ଜୁଲାଇ ୫ରେ ଇମପ୍ରୁଭମେଣ୍ଟ ପରୀକ୍ଷା ହେବା ସହ ଅଗଷ୍ଟ ମାସ ସୁଦ୍ଧା ଏହାର ରେଜଲ୍ଟ ବାହାରିବ ବୋଲି କୁହାଯାଇଛି ।

କିନ୍ତୁ କେବେ ଇମପ୍ରୁଭମେଣ୍ଟ ପରୀକ୍ଷା ହେବ, ସେନେଇ ଖୁବଶୀଘ୍ର ତାରିଖ ଘୋଷଣା କରିବ ବୋର୍ଡ । ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଇମପ୍ରୁଭମେଣ୍ଟ ପରୀକ୍ଷା ହେବ । ଏନେଇ ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.