fbpx

ଭୁବନେଶ୍ବର ଉପକଣ୍ଠ ଏୟାରଫିଲ୍ଡ଼ ଥାନା ପଞ୍ଚୁପଲି ଗାଁରେ ବୋମାମାଡ଼: ୨ ଆହତ

ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼ । ଭୁବନେଶ୍ବର ଉପକଣ୍ଠରେ ଏୟାରଫିଲ୍ଡ଼ ଥାନା ପଞ୍ଚୁପଲି ଗାଁରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ବୋମାମାଡ଼ କରି ଅଭିଯୁକ୍ତ ଫେରାର ମାରିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ ବୋମାମାଡ଼ରେ ଆହତ ୨ ଜଣଙ୍କୁ ଏମ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୋମାମାଡ଼ କରିଥିବା ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଅକ୍ଷୟ ବୋଲି ସୂଚନା ମିଳିଛି। ଜନ୍ମାଷ୍ଟମୀ ରାତିରେ ହୋଇଥିବା ଗଣ୍ଡଗୋଳକୁ ନେଇ ଏହି ବୋମାମାଡ଼ ହୋଇଥିବା କୁହାଯାଉଛି । ଘଟଣା ସ୍ଥଳରେ କମିଶନରେଟ ପୋଲିସର ଛାନଭିନ୍ ଚାଲିଛି। ସୂଚନା ମୁତାବକ, ଅଭିଯୁକ୍ତ ଅକ୍ଷୟ ଜଣେ ପେଶାଦାର ଅପରାଧୀ। ତେଣୁ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.