fbpx

ରାସ୍ତାରେ ଦାଦାଗିରି ଜିଲ୍ଲାପାଳଙ୍କୁ ପଡିଲା ମହଙ୍ଗା , ପଦରୁ ତୁରନ୍ତ ହଟାଇବାକୁ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ର।ୟପୁର ୨୩ ।୦୫: ଲକଡାଉନ ସମୟରେ ଜଣେ ଯୁବକଙ୍କୁ ଚାପୁଡା ମାରିବା ଏବଂ ଫୋନ୍ ଛଡାଇ ଭାଙ୍ଗି ଦେବା ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ବହୁତ ମହଙ୍ଗା ପଡିଛି । ମାମଲା ନିଜ ହସ୍ତଗତକୁ ଆସିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଚାପୁଡା ମାରିଥିବା ଜିଲ୍ଲାପାଳ ରଣବୀରଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଇ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଛତିଶଗଡ ସରକାର ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ସୂଚନାଯୋଗ୍ୟ, ଜିଲ୍ଲାପାଳ ରଣବୀର ଶର୍ମା ଲକଡାଉନରେ ଔଷଧ କିଣିବାକୁ ଯାଇଥିବା ଯୁବକଙ୍କୁ ଚାପୁଡା ମାରିବା ସହ ତାଙ୍କ ଫୋନ ଭାଙ୍ଗି ଦେବା ଘଟଣା ଭିଡିଓରେ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ଜିଲ୍ଲାପାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ତତ୍କାଳ ପ୍ରଭାବରୁ ହଟାଇ ଦେଇଛନ୍ତି । ତାଙ୍କ ସ୍ଥାନରେ ପ୍ରଶାସନିକ ଅଧିକାରୀ ଗୌରବ କୁମାର ସିଂହଙ୍କୁ ସୁରଜପୁରର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏହି ଘଟଣାରେ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି । ଏଥିସହ ପୀଡିତ ଯୁବକଙ୍କ ପରିବାର ପ୍ରତି ଦୁଃଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି ଯେ, ସାମାଜିକ ଗଣମାଧ୍ୟମରେ ସୁରଜପୁର ଜିଲ୍ଲାପାଳ ରଣବୀର ଶର୍ମା ଯୁବକଙ୍କ ପ୍ରତି ଦୁର୍ବ୍ୟବହାର ମାମଲା ମୋ ନଜରକୁ ଆସିଥିଲା । ଜିଲ୍ଲାପାଳଙ୍କ ବ୍ୟବହାର ବହୁତ ଦୁଃଖଦ ଏବଂ ନିନ୍ଦନୀୟ ଅଟେ । ଛତିଶଗଡରେ ଏହି ଧରଣର କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ । ଜିଲ୍ଲାପାଳ ରଣବୀର ଶର୍ମାଙ୍କୁ ତତ୍କାଳ ପ୍ରଭାବରୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ବଘେଲ କହିଛନ୍ତି ।

 

ପୂରା ମାମଲା କଣ

ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓ ଅନୁଯାୟୀ, ମାସ୍କ ଲଗାଇଥିବା ଯୁବକଙ୍କୁ ଯେତେବେଳେ ପୋଲିସ ଅଟକାଇଲେ, ସେ ଜିଲ୍ଲାପାଳଙ୍କୁ କାଗଜ ଓ ମୋବାଇଲ ଫୋନରେ କିଛି ଦେଖାଇବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଜିଲ୍ଲାପାଳ ଯୁବକଙ୍କ ହାତରୁ ଫୋନ ଛଡାଇ ତଳେ ଫିଙ୍ଗି ଦେଇଥିଲେ । ପୁଣି ଯୁବକଙ୍କୁ ଚାପୁଡା ମଧ୍ୟ ମାରିଥିଲେ । ଏହା ପରେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀ ଓ ଅଧିକାରୀ ଯୁବକଙ୍କୁ ମାଡ ମାରିଥିଲେ । ଜିଲ୍ଲାପାଳ ଯୁବକଙ୍କୁ ମାଡ ମାରିବାକୁ ଆଦେଶ ଦେଉଥିବା ଭାଇରାଲ ଭିଡିଓରେ ଶୁଣିବାକୁ ମିଳିଛି ।

Get real time updates directly on you device, subscribe now.