fbpx

BREAKING…ଭୁବନେଶ୍ଵର; ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା’

ଭୁବନେଶ୍ଵର: ପୁଣି ଅଲୋଡା ହେଲା ନବଜାତ ଶିଶୁ । ଅଖା ବସ୍ତାରେ ପୁରାଇ ନବଜାତ ଶିଶୁକୁ କଣ୍ଟା ବୁଦାରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା’। ଖୋଦ ରାଜଧାନୀରେ ଘଟିଛି ଏଭଳି ଘଟଣା। କିଛିଦିନ ତଳେ ଏଭଳି ଏକ ମାମଲା ସାମ୍ନାକୁ ଆସିଖିଲା । ଆଜି ପୁଣି ଭୁବନେଶ୍ୱର NH ୧୬ କଡରୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି । ଜନ୍ମ ପରେ ଶିଶୁଟିକୁ ଫିଙ୍ଗାଯାଇଥିବା ନେଇ ପାରିପାଶ୍ୱିକ ସ୍ଥିତିରୁ ଜଣାପଡିଛି ।

ତେବେ କାହିଁକି ରାଜ୍ୟରେ ବାରମ୍ବାର ବଢ଼ୁଛି ଏଭଳି ଘଟଣା। କାହିଁକି ଅବହେଳିତ ଅଲୋଡା ହେଉଛନ୍ତି ନବଜାତ ଶିଶୁ ? ତେବେ ଏଠାରେ କାହିଁକି ଓ କେଉଁ ପରିସ୍ଥିତିରେ ଫିଙ୍ଗି ଚାଲିଗଲା ନବଜାତକୁ ତାର ମା’ ବର୍ତ୍ତମାନ ତାକୁ ନେଇ ଜନସାଧାରଣରେ ଉଠିଛି ପ୍ରଶ୍ନ । ଅନ୍ୟପଟେ ଘଟଣା ସ୍ଥଳରେ ପହଞ୍ଚି ସମୃକ୍ତ ଘଟଣା ବିଷୟରେ ତଦନ୍ତ ଚଳାଇଛି ପୋଲିସ ।

Get real time updates directly on you device, subscribe now.