fbpx

ଏଲନ ମସ୍କଙ୍କ ଉପରେ କ୍ଷୁବ୍ଧ ବାଇଡେନ୍, କହିଲେ- ସାରା ଦୁନିଆରେ ମିଛ ଓଗାଳିଥାଏ ଟ୍ଵିଟର

ନୂଆଦିଲ୍ଲୀ: ଟୁଇଟର କିଣି ଥିବା ଟେସଲାର ସିଇଓ ଏଲନ ମସ୍କଙ୍କ ଉପରେ ବର୍ଷିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ମସ୍କଙ୍କ ଟୁଇଟର କିଣିବା ନିଷ୍ପତ୍ତିକୁ ସମାଲୋଚନା କରି ବାଇଡେନ୍ କହିଛନ୍ତି, ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଏମିତି ଏକ ସଂସ୍ଥା କିଣିଲେ ଯିଏ ସାରା ଦୁନିଆରେ ମିଛ ଓଗାଳିଥାଏ ଏବଂ ଏହାର ପ୍ରଚାର କରିଥାଏ। ଆମେ ବର୍ତ୍ତମାନ ଏହାକୁ ନେଇ ଚିନ୍ତିତ ଯେ, ପିଲାମାନେ ଭବିଷ୍ୟତରେ ଏହା ବୁଝିବାରେ ସକ୍ଷମ ହୋଇ ପାରିବେ କି ନାହିଁ ଯେ, ବାଜିରେ କଣ ଲାଗିଛି ?

ଏଲନ ମସ୍କ ଚଳିତ ମାସ ଆରମ୍ଭରେ ୪୪ ବିଲିୟନ ଡଲାରରେ ଟ୍ଵିଟରର ଅଧିଗ୍ରହଣ କରିଛନ୍ତି। ବାଇଡେନ ମସ୍କଙ୍କ ଏହି ନିଷ୍ପତ୍ତିର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କୁ ଏମିତି କରିବାର କଣ ଆବଶ୍ୟକତା ଥିଲା। ଟ୍ଵିଟର ପରି ସଂସ୍ଥା ସାରା ଦୁନିଆରେ ମିଥ୍ୟାର ପ୍ରଚାର କରୁଛି। ଆମର ଭବିଷ୍ୟତର ପିଢି ପାଇଁ ଏହା କଣ ସାବ୍ୟସ୍ତ ହେବ। ପିଲାମାନେ ବୁଝି ପାରିବେ ନାହିଁ ଯେ, ବାଜିରେ କଣ ଲାଗିଛି ? ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ, ୨୦୨୦ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ଵିଟର ମିଥ୍ୟା ନ୍ୟୁଜ୍ ଅଭିଯୋଗରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ନିଷେଧ କରିଥିଲା। ଭୁଲ୍ ସୂଚନାରେ ଟ୍ଵିଟର ନୀତିର ପରୀକ୍ଷଣ ଏବେ କରାଯାଉଛି ବୋଲି ବାଇଡେନ କହିଛନ୍ତି।

କେବଳ ଏତିକି ନୁହେଁ ଆମେରିକାର ବାଚସ୍ପତି ନେନ୍ସି ପେଲୋସିଙ୍କ ସ୍ଵାମୀ ପଲ୍ ପେଲୋସିଙ୍କ ଉପରେ ଆକ୍ରମଣକୁ ନେଇ ଷଡଯନ୍ତ୍ର ବିଷୟର ଟ୍ଵିଟ୍ ପରେ ମସ୍କ ନିଜେ ମିଥ୍ୟା ଖବରର ଶିକାର ହୋଇଥିଲେ। ମସ୍କ ଟ୍ଵିଟରକୁ କିଣିବା ପରେ କହିଥିଲେ ଯେ, ଟ୍ଵିଟର ସ୍ପଷ୍ଟ ଭାବେ ଏକ ସମସ୍ତଙ୍କ ପାଇଁ ମାଗଣାରେ ହେଲସ୍କେପ୍ ହୋଇ ପାରିବ ନାହିଁ। ଦେଶର ଆଇନର ପାଳନ କରିବା ବ୍ୟତୀତ ଆମର ମଞ୍ଚ ସମସ୍ତଙ୍କୁ ସ୍ଵାଗତ କରିବ।

Get real time updates directly on you device, subscribe now.