fbpx

୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିବ ଦିପାବଳୀ ବୋନସ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ,୨୧ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବଡ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ ପକ୍ଷରୁ ୩୦ ଲକ୍ଷ ସରକାରୀ କର୍ମଚାରୀଙ୍କୁ ଦିପାବଳୀ ବୋନସ୍ ଦେବା ପାଇଁ ଘୋଷଣା କରାଯାଇଛି । ୨୦୧୯-୨୦ର ବୋନସ୍ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ କରିଛି ।

କ୍ୟାବିନେଟର ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ, ‘ପ୍ରଦର୍ଶନ ଓ ଅଣପ୍ରଦର୍ଶନ ଆଧାରରେ ବୋନସ୍ ଅର୍ଥ ମିଳିବ । ଦଶହରା ବା ଦୂର୍ଗାପୂଜା ପୂର୍ବରୁ ୩୦ ଲକ୍ଷ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ବୋନସ୍ ଦିଆଯିବ । ବୋନସ୍ ବାବଦରେ ସରକାର ଖର୍ଚ୍ଚ କରିବେ ୩୭୩୭ କୋଟି ଟଙ୍କା ।’

ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଫେଷ୍ଟିଭାଲ ଏଡଭାନ୍ସ ଯୋଜନାର ଶୁଭାରମ୍ଭ କରିବାକୁ ଘୋଷଣା କରିଥିଲେ । ଏହି ମାଧ୍ୟମରେ କର୍ମଚାରୀମାନେ ୧୦ ହଜାର ଟଙ୍କା ଆଡଭାନ୍ସ ନେଇପାରିବେ ।

Get real time updates directly on you device, subscribe now.