fbpx

ମହିଳାଙ୍କ ପାଇଁ ବଡ଼ ଘୋଷଣା: ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ ସରକାର

Advertisement

ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ଏଣିକି ପ୍ରତି ମାସ ମହିଳାଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ରାଜଧାନୀ ଦିଲ୍ଲୀର ଅର୍ଥମନ୍ତ୍ରୀ ଆତିଶି ମାର୍ଲେନା ସୋମବାର ବଜେଟ ସେଶନରେ ଏ ନେଇ ଘୋଷଣା କରିଛନ୍ତି । ବିଧାନସଭାରେ ବଜେଟ ଉପସ୍ଥାପନ କରିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅନେକ ବଡ଼ ଘୋଷଣା କରିଛନ୍ତି । ଆତିଶି ଘୋଷଣା କରିଛନ୍ତି ଯେ, ଆପ୍ ସରକାର ୧୮ ବର୍ଷରୁ ଅଧିକ ବୟସର ମହିଳାମାନଙ୍କୁ ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନା ଅଧୀନରେ ଏହି ରାଶି ପ୍ରଦାନ କରାଯିବ ।

ଏହା ଘୋଷଣା କରି ଆତିଶି ମାର୍ଲେନା କହିଛନ୍ତି, ‘ରାମରାଜ୍ୟର ପରବର୍ତ୍ତୀ ନୀତି ହେଉଛି ମହିଳାଙ୍କ ସୁରକ୍ଷା। ଜଣେ ମହିଳା ହୋଇ ମୁଁ ମହିଳାମାନଙ୍କର ଆବଶ୍ୟକତାକୁ ଆଗରେ ରଖିଥିବାରୁ ମୁଁ ଗର୍ବିତ । ବିଦ୍ୟୁତ୍ ଏବଂ ଜଳ ବିଲ୍ ହେଉ, କ୍ଲିନିକ୍ ହେଉ କିମ୍ବା ବୃଦ୍ଧ ମା ମାନଙ୍କୁ ତୀର୍ଥଯାତ୍ରାରେ ପଠାଇବା ହେଉ … ୨୦୧୪ ଏବଂ ୨୦୨୪ ତୁଳନାରେ ମହିଳାମାନଙ୍କୁ ଅଗ୍ରାଧିକାର ଦେବାକୁ ଚେଷ୍ଟା କରିଛି । ‘ଆଜି ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ୯ ଲକ୍ଷରୁ ଅଧିକ ବାଳିକା ପାଠ ପଢୁଛନ୍ତି । ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ପଢୁଥିବା ୯୩୩ ଛାତ୍ରୀ ନିଟ୍ ଏବଂ ୧୨୩ ବାଳିକା ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Get real time updates directly on you device, subscribe now.