ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ବଡ ଉତ୍ସାହ, ୫୦୦ ଡାକ୍ତର ଏକାଠି ଦଳରେ ଯୋଗ ଦେଲେ

ଗୁଜରାଟ ନିର୍ବାଚନ ପୁର୍ବରୁ ରାଜ୍ୟରେ ରାଜନୈତିକ ହଲଚଲ ଆରମ୍ଭ ହୋଇଗଲାଣି । ଆଜି ୫୦୦ ଡାକ୍ତର ଏକା ସାଙ୍ଗରେ ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ଗୁଜରାଟ ବିଜେପି ମୁଖ୍ୟ ସି ଆର ପାଟିଲ ଏବଂ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ । ଗତ ତିନି ଦଶନ୍ଧି ଧରି ଗୁଜରାଟରେ ବିଜେପି ସରକାର ରହିଆସିଛି । ତେବେ ଚଳିତ ଥର ବିଜେପି ଆଗରେ କଂଗ୍ରେସ ସହ ଆମ୍ ଆଦମୀ ପାର୍ଟି ଲଢ଼େଇ ହୋଇପାରେ ।

ରାଜ୍ୟରେ ନିର୍ବାଚନ ପୁର୍ବରୁ ନେତାଙ୍କ ଦଳ ଅଦଳ ବଦଳ ଲାଗି ରହିଛି । ଯୋହେତୁ ରାଜ୍ୟରେ ଏବେ ବିଜେପି ସରକାର ଅଛି,ଏବଂ ବିଜେପି ରାଜ୍ୟରେ ଦୃଢ଼ ସ୍ଥିତିରେ ରହିଛି । ଏହି କାରଣରୁ ଦଳରେ ବହୁ ନୋତଙ୍କ ସମେତ ବିଭିନ୍ନ ବର୍ଗର ଲୋକେ ଯୋଗ ଦେଉଥିବା ଦେଖିବାକୁ ମିଳୁଛି । ଏହି ସପ୍ତାହରେ ଆଦିବାସୀ ଅଞ୍ଚଳରୁ ଆସିଥିବା ପୁରୁଣା କଂଗ୍ରେସ ନେତା ଅଶ୍ୱିନ କୋଟୱାଲ ବିଜେପିରେ ଯୋଗ ଦେଇଥିଲେ। ଗୁଜୁରାଟ ଗ୍ରାମ୍ୟର ଖେଡବ୍ରାହମା ଆସନରୁ ତିନିଥର ବିଧାୟକ ଅଶ୍ୱିନ୍ କୋଟୱାଲ ବିଜେପିରେ ଯୋଗ ଦେଇ କଂଗ୍ରେସର କାର୍ଯ୍ୟକଳାପରେ ଖୁସି ନୁହଁନ୍ତି ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଗତ ନିର୍ବାଚନରେ ରାଜ୍ୟରେ ବିଜେପି ୪୯ ପ୍ରତିଶତ ଭୋଟ ପାଇଥିଲା । ଏବଂ ୯୯ ଆସନରେ ବିଜୟ ସହ ସରକାର ଗଠନ କରିଥିଲା । ଅନ୍ୟପଟେ ବିଜେପିକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ୭୭ ଆସନରେ ବିଜୟର ସ୍ୱାଦ ଚାଖିଥିଲା । ତେବେ ଗତ ପାଞ୍ଚବର୍ଷ ଦଳ ବିରୋଧୀ ହୋଇ ରହିଥିଲେ ମଧ୍ୟ ଦଳରେ ବିଧାୟକଙ୍କ ଯୋଡ଼ି ରଖିପାରିନାହିଁ । ବର୍ତ୍ତମାନ ଦଳରେ କେବଳ ୬୩ ବିଧାୟକ ରହିଛନ୍ତି ।

 

 

Get real time updates directly on you device, subscribe now.