ଆଉ ନାହାଁନ୍ତି ‘କାଣ୍ଟା ଲଗା’ ଗାର୍ଲ୍’; ମାତ୍ର 42 ବର୍ଷରେ ଅଭିନେତ୍ରୀ ଶେଫାଳିଙ୍କ ହୃଦଘାତରେ ଦେହାନ୍ତ

ସକାଳୁ ମନୋରଞ୍ଜନ ଦୁନିଆରୁ ଆସିଲା ଦୁଃଖଦ ଖବର । ମାତ୍ର 42 ବର୍ଷରେ ଆଖି ବୁଜିଛନ୍ତି ବିଗ ବସ୍ ଫେମ୍ ଆକ୍ଟ୍ରେସ ଶେଫାଳି ଜରିୱାଲା....

ଓଡ଼ିଶା ଭାସ୍କର: ସକାଳୁ ସକାଳୁ ମନୋରଞ୍ଜନ ଦୁନିଆରୁ ଆସିଲା ଦୁଃଖଦ ଖବର । ମଡେଲ ତଥା ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ ହୋଇଛି। ମାତ୍ର 42 ବର୍ଷରେ ଆଖି ବୁଜିଛନ୍ତି ବିଗ ବସ୍ ଫେମ୍ ଆକ୍ଟ୍ରେସ ଶେଫାଳି ଜରିୱାଲା ।

ଶେଫାଳି ମୁମ୍ବାଇର ଅନ୍ଧେରୀ ଲୋଖଣ୍ଡୱାଲା ଅଞ୍ଚଳରେ ରହୁଥିଲେ। ହଠାତ୍ ରାତି ପ୍ରାୟ 11ଟା ବେଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ । ଯେଉଁଠାରେ ଡାକ୍ତର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି, ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ କୌଣସି ବିବୃତ୍ତି ଆସିନାହିଁ।

ମୃତ୍ୟୁବେଳକୁ ‘କାଣ୍ଟା ଲଗା ଗାର୍ଲ’ ଭାବରେ ପ୍ରସିଦ୍ଧ ଶେଫାଲିଙ୍କ ବୟସ 42 ବର୍ଷ ହୋଇଥିଲା। ସେ ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ସହିତ ‘ମୁଝସେ ସାଧି କରୋଗି’ ଫିଲ୍ମରେ କାମ କରିଥିଲେ।

ଶେଫାଳି ଜରିୱାଲାଙ୍କ ମୃତ୍ୟୁ ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଶେଫାଳି ଲୋକପ୍ରିୟ ରିଆଲିଟି ଶୋ ବିଗ୍ ବସ୍ 13ରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ତାଙ୍କ ନୃତ୍ୟ ପାଇଁ ପ୍ରଶଂସକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଥିଲେ।