fbpx

BIG BREAKING…ଡ୍ରୋନ୍ ଆକ୍ରମଣ; କ୍ରିମିଆ ନିକଟସ୍ଥ ବ୍ଲାକ୍ ସିରେ ବୁଡ଼ିଗଲା ରୁଷୀୟ ନୌସେନା ଜାହାଜ

ନୂଆଦିଲ୍ଲୀ: କ୍ରିମିଆ ନିକଟରେ ୟୁକ୍ରେନ ରୁଷିଆର ଏକ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ଦାବି କରିଛି । ୟୁକ୍ରେନର ସେନା କହିଛି ଯେ ଜାହାଜଟି ଋଷ ଅଧିକୃତ କ୍ରିମିଆ ଉପଦ୍ୱୀପର ଜଳରେ ଥିଲା । ସୋସିଆଲ ମିଡିଆରେ ସୂଚନା ଦେଇ ୟୁକ୍ରେନର ସେନା କହିଛି ଯେ ଆକ୍ରମଣ ସମୟରେ ରୁଷୀୟ ନୌସେନାର ବ୍ଲାକ୍ ସିରେ ଫ୍ଲିଟ୍ ର ଜାହାଜ ସିଜର କୁନିକୋଭ ରିସୋର୍ଟ ସହର ଆଲପୁକା ନିକଟରେ ଥିଲା । ଏହା ଏକ ବଡ଼ ଅବତରଣ ଜାହାଜ ଯାହା ଡ୍ରୋନ୍ ଆକ୍ରମଣରେ ବୁଡ଼ି ଯାଇଥିବା ଦାବି କରାଯାଇଛି ।

ୟୁକ୍ରେନର ସେନା କହିଛି ଯେ ଆକ୍ରମଣ ପରେ ଜାହାଜଟି ବୁଡ଼ିଯାଇଥିଲା ଏବଂ ଉଦ୍ଧାର ଏବଂ ସନ୍ଧାନ ଅଭିଯାନ ବିଫଳ ହୋଇଥିଲା । ୟୁକ୍ରେନ ସେନା ମଧ୍ୟ ଜାହାଜ ଉପରେ ଏକ ସାମୁଦ୍ରିକ ଡ୍ରୋନ ସହ ଆକ୍ରମଣର ଭିଡିଓ ଜାରି କରିଛି । ତେବେ ଏହି ଆକ୍ରମଣ କୁ ନେଇ ରୁଷିଆ ସିଧାସଳଖ କୌଣସି ମନ୍ତବ୍ୟ ଦେଇନାହିଁ । ସେପଟେ ବ୍ଲାକ୍ ସିରେ ୬ ଟି ଏବଂ ରୁଷିଆ ଅଞ୍ଚଳରେ ୩ ଟି ଡ୍ରୋନକୁ ଖସାଇ ଦିଆଯାଇଛି ବୋଲି ରୁଷ୍ ସେନା କହିଛି ।

Get real time updates directly on you device, subscribe now.