fbpx

Big Breaking: ଭୟଙ୍କର ହେଉଛି ଯୁଦ୍ଧ, ଗଲାଣି ୧୫୦୦ ଜୀବନ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଭୟଙ୍କର ରୂପ ନେଉଛି ମହାଯୁଦ୍ଧ । ଇସ୍ରାଏଲର ଏକ ମ୍ୟୁଜିକ୍ ଫେଷ୍ଟିଭାଲ ଉପରେ ହମାସ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ମଧ୍ୟ ଯୁଦ୍ଧର ଘୋଷଣା କରିଥିଲା । ହଜାର ହଜାର ଲୋକ ଫେଷ୍ଟିଭାଲ୍‌ରେ ଥିବା ବେଳେ ହମାସ ଗୁଳିର ବର୍ଷା କରିଥିଲା । ଏହି ଆକ୍ରମଣରେ ବହୁ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଗତକାଲି ଏହି ଯୁଦ୍ଧରେ ଉଭୟ ପକ୍ଷରୁ ୧୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥରବା ବେଳେ ଆଜି ୧୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାଯାଇଛି । ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧର ଚତୁର୍ଥ ଦିନରେ ଗାଜାରେ ଥିବା ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲ ଆକ୍ରମଣ କରିଛି । ଇସ୍ରାଏଲ ଗାଜାପଟ୍ଟିରେ ଘନଘନ ମିସାଇଲ ଓ ରକେଟ୍ ମାଡ଼ କରିଛି ।

ଅନ୍ୟପଟେ ହମାସ୍‌ର ୫୦୦ ଅଞ୍ଚଳକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ କରାଯାଇଛି । ତେବେ ଏହି ମହାଯୁଦ୍ଧରେ ୧୫୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ବୋଲି ସୂଚନା ମିଳିଛି । ଏଥି ମଧ୍ୟରୁ ଇସ୍ରାଏଲର ୯୦୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥରବା ବେଳୈ ହମାସ୍‌ର ୬୫୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଇସ୍ରାଏଲର ଆକ୍ରମଣରେ ପାଲାଷ୍ଟାଇନର ୩ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମିଳିଛି ଯେ, ସମଗ୍ର ଗାଜାପଟ୍ଟି କବଜା କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.