fbpx

Big Breaking: ବାହାନଗା ଟ୍ରାଜେଡିରେ ୭ ରେଳ କର୍ମଚାରୀ ସସପେଣ୍ଡ

Advertisement

ବାଲେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୭ଜଣ ରେଳ କର୍ମଚାରୀଙ୍କୁ ସସପେଣ୍ଡ କରାଯିବା ଖବର ସାମ୍ନାକୁ ଆସିଛି । ୩ଜଣ ଗିରଫ ହେବା ସହ ୭ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ମାମଲାର କାର୍ଯ୍ୟାନୁଷ୍ଠାନକୁ ନେଇ ଜିଏମ୍ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ବାହାନଗା ରେଳ ଦୁର୍ଘଟଣାକୁ ନେଇ ସିବିଆଇ ଓ ସିଆଇଏସ୍ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏନେଇ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ନିୟମ ଅନୁସାରେ ଗିରଫର ୨୪ ଘଣ୍ଟା ମଧ୍ୟରେ ଏହି ୭ଜଣ କର୍ମଚାରୀଙ୍କୁ ନିଶ୍ଚିତ ସସପେଣ୍ଡ କରାଯିବ । ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଯେଉଁମାନଙ୍କ ଅବହେଳା ଲାଗି ହୋଇଛି, ସେମାନଙ୍କର ଧରପକଡ ହେଉଛି ।

ଘଟଣାସ୍ଥଳରେ ୩ଜଣ କର୍ମଚାରୀଙ୍କୁ ସିବିଆଇ ଘନଘନ ପ୍ରଶ୍ନ ପଚାରୁଛି । ପରବର୍ତ୍ତୀ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡ ଅବଧି ମଧ୍ୟ ଚାଲିଛି । ଏହି ମାମଲାରେ ଆଉକିଛି ଲୋକେ ମଧ୍ୟ ସଂପୃକ୍ତ ଅଛନ୍ତି ବୋଲି କୁହାଯାଉଛି । ତେବେ ବାହାନଗା ଟ୍ରେନ ଟ୍ରାଜେଡି ପରେ ଆଜି ପ୍ରଥମ ଥର ପାଇଁ ନୂଆ ଡିଆରଏମ ଏବଂ ଜିଏମ ବାଲେଶ୍ୱର ଗସ୍ତରେ ଆସିଛନ୍ତି । ସେ ଦୁର୍ଘଟଣା ଘଟିଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଛନ୍ତି । ଏଥିରେ ଷ୍ଟେସନ ମାଷ୍ଟରଙ୍କୁ ମଧ୍ୟ ସସପେଣ୍ଡ ଅର୍ଡର ଦିଆଯାଇଛି । ବର୍ତ୍ତମାନ ଯେଉଁ ୩ଜଣ ଗିରଫ ହୋଇଛନ୍ତି, ସେମାନେ ସସପେଣ୍ଡ ହୋଇଛନ୍ତି କି ନାହିଁ ତାହା ଜଣାପଡିନାହିଁ ।

Get real time updates directly on you device, subscribe now.