fbpx
BSKY SKY
BSKY SKY

IND vs ENG ରାଞ୍ଚି ଟେଷ୍ଟ ପାଇଁ ଦଳରେ ବଡ଼ ପରିବର୍ତ୍ତନ: ଖତରନାକ ବୋଲର କରିବେ ଏଣ୍ଟ୍ରି

BSKY

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଉଭୟ ଦଳ ବଡ଼ ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇବେ । ଫେବୃଆରୀ ୨୩ ତାରିଖରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ପୂର୍ବରୁ ଇଂଲଣ୍ଡ ନିଜ ଦଳ ଘୋଷଣା କରିସାରିଛି । ଏହି ଦଳରେ ୨ଟି ବଡ଼ ପରିବର୍ତ୍ତନ କରିଛନ୍ତି ଅଧିନାୟକ ବେନ୍ ଷ୍ଟୋକ୍ସ । ଏହି ଦଳରେ ଇଂଲଣ୍ଡର ଷ୍ଟାର ବୋଲରଙ୍କୁ ବାଦ୍ ଦେଇଛି ଟିମ ମ୍ୟାନେଜମେଣ୍ଟ । ଟେଷ୍ଟ ସିରିଜରେ ମ୍ୟାଚ ଜିତି ପୁଣିଥରେ କମବ୍ୟାକ କରିବାକୁ ନୂଆ ରଣନୀତି ଯୋଜନା କରିଛନ୍ତି ଇଂଲଣ୍ଡର ଅଦିନାୟକ ବେନ୍ ଷ୍ଟୋକ୍ସ ।

ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ନୂଆ ରଣନୀତି ପ୍ରସ୍ତୁତ କରିଛି ଇଂଲଣ୍ଡ । ଏହି ମ୍ୟାଚରେ ଦଳର ଷ୍ଟାର ପେସ୍ ବୋଲର ମାର୍କ ଉଡଙ୍କୁ ଦଳରୁ ବାଦ୍ ଦିଆ ଯାଇଛି । ତାଙ୍କ ସ୍ଥାନରେ ଓଲି ରବିନସନ ଏହି ମ୍ୟାଚରେ ଦଳକୁ କମବ୍ୟାକ କରିଛନ୍ତି । ଏହାବ୍ୟତୀତ ରେହାନ୍ ଅହମଦଙ୍କୁ ମଧ୍ୟ ଏହି ଦଳରୁ ବାଦ୍ ଦେଇଛନ୍ତି ଅଧିନାୟକ ଷ୍ଟୋକ୍ସ । ତାଙ୍କ ସ୍ଥାନରେ ମିଷ୍ଟ୍ରି ସ୍ପିନର ଶୋଏବ ବସୀର ଚତୁର୍ଥ ଟେଷ୍ଟରେ ଦଳରେ ସ୍ଥାନ ପାଇଛନ୍ତି । ଚତୁର୍ଥ ମ୍ୟାଚରେ ମଧ୍ୟ ଇଂଲଣ୍ଡ ୨ ଜଣ ବିଶେଷଜ୍ଞ ସ୍ପିନର ଏବଂ ୨ ପେସ୍ ବୋଲରଙ୍କ ସହ ଭାରତକୁ ସାମନା କରିବା ପାଇଁ ଯୋଜନା ରଖିଛି ।

ସେପଟେ ଭାରତୀୟ ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ ଏହି ମ୍ୟାଚ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଆକାଶଦୀପ୍ କିମ୍ବା ମୁକେଶ କୁମାର ଦଳରେ ଏଣ୍ଟ୍ର କରିପାରନ୍ତି । ଏହାବ୍ୟତୀତ ଅକ୍ସର ପଟେଲଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଇଂଲଣ୍ଡ ବିପକ୍ଷରେ ରୋହିତ କେଉଁ ଖେଳାଳିଙ୍କୁ ସୁଯୋଗ ଦେବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

ଇଂଲଣ୍ଡ ପ୍ଲେଇଙ୍ଗ-୧୧: ଜ୍ୟାକ୍ କ୍ରଲୀ, ବେନ୍ ଡକେଟ, ଓଲି ପୋପ୍, ଜୋ ରୁଟ୍, ଜନି ବେୟାରଷ୍ଟୋ, ବେନ୍ ଷ୍ଟୋକ୍ସ(ଅଧିନାୟକ), ବେନ ଫୋକ୍ସ, ଟମ୍ ହାର୍ଟଲେ, ଓଲି ରବିନସନ, ଜେମ୍ସ ଆଣ୍ଡରସନ ଏବଂ ଶୋଏବ ବସୀର ।

ଭାରତର ସମ୍ଭାବ୍ୟ ଦଳ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ୍, ରବିନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର/ଆକାଶଦୀପ୍ ।

Get real time updates directly on you device, subscribe now.