fbpx

(Video) ଓଡିଶାକୁ ବଡ ବିପଦ! ଆସିବ 1971 ଭଳି ବାତ୍ୟା, ଡହଳବିକଳ ହୋଇପାରନ୍ତି ଲୋକେ

ଭୁବନେଶ୍ବର(ଓଡିଶା ଭାସ୍କର): ଆସିବାକୁ ଆଉ ଏକ ବିପଦ ଆସିବାକୁ ଯାଉଛି । ଯେଉଁ ପ୍ରକାରେ ଆକଳନ କରାଯାଇଛି ତାହା ଶୁଣିଲେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ଓଡିଶା 1971 ଭଳି ମହାବାତ୍ୟାର ସାମ୍ନା କରିବ ବୋଲି ଚର୍ଚ୍ଚା ହେଉଛି । ଲୁଣାପାଣି ମାଡି ଆସିବା ସହିତ ଶହଶହ ଚାଷଜମି କ୍ଷତିଗ୍ରସ୍ତ ହେବା ନେଇ ଜଣାପଡିଛି । ସଚେତନ ନରହିଲେ ହଜାର ହଜାର ଲୋକେ ମରିଯିବାର ମଧ୍ୟ ସମ୍ଭାବନା ରହିଛି ।

୧୯୭୧ ମସିହାରେ ଓଡ଼ିଶା ଯେମିତି ବାତ୍ୟାର ସାମ୍ନା କରିଥିଲା ସେମିତି ହୋଇପାରେ । ସଚେତନ ନରହିଲେ ମରିଯିବେ ହଜାର ହଜାର ଲୋକ । ଓଡ଼ିଶା ବିକାଶର ମେରୁଦଣ୍ଡ ଭାଙ୍ଗିଗଲା ଭଳି ମନେ ହେଉଛି ।  ଏହା ଆମେ ନୁହେଁ ଆଜ୍ଞା । ଏମିତି କିଛି ପୂର୍ବାନୁମାନ କରିଛି ଜାତୀୟ ତଥା ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା । ୧୯୭୧ ମସିହା ବାତ୍ୟାରେ ପାଖା ପାଖି ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦ ହଜାରରୁ ଅଧିକ ଗାଇ ଗୋରୁ ମୃତ୍ୟୁର ସାମ୍ନା କରିଥିଲେ । ପାଖା ପାଖି ୮ ଲକ୍ଷ ଘର ବାତ୍ୟାରେ କ୍ଷତି ହୋଇଥିଲା । ଯୋଗାଯୋଗ ଏବଂ ପାୱାର ସପ୍ଲାଏ ମାସ ମାସ ଧରି ବିଛିନ୍ନ ହୋଇଥିଲା । ଯଦି ଦେଖିବା ଏହି ବାତ୍ୟା ୧୯୯୯ ମସିହା ମହା ପ୍ରଳୟ ଠାରୁ କମ ବେଗରେ ହୋଇଥିଲା । କିନ୍ତୁ ଅଧିକ ପ୍ରଭାବିତ କରିଥିଲା ।

ସୂଚନା ମୁତାବିକ ଜାତୀୟ ତଥା ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥା ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ଯେଉଁଥିରେ ଆଶ୍ଚର୍ଯ୍ୟ କଲାଭଳି ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଜଣାପଡ଼ିଛିକି ଦେଶର ୯୬ ଜିଲ୍ଲା ରହିଛି ବାତ୍ୟା ପ୍ରବଣ । ସମୁଦ୍ର କୂଳରୁ ୧୦୦ କିଲୋକମିଟରକୁ ନେଇ ଏହି ସଂଖ୍ୟା ନିର୍ଣ୍ଣୟ କରାଯାଇଛି । ଓଡ଼ିଶାର ୭ ଜିଲ୍ଲା ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଓ ଖୋଦ୍ଧା ଜିଲ୍ଲା । ଏହି ୭ଟି ଜିଲ୍ଲା ବତ୍ୟା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବେ । ପୁରା ଜିଲ୍ଲା ନିଶ୍ଚିହ୍ନ ହୋଇଯିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.