fbpx

ସଙ୍କଟରେ ବାଇଜୁସ୍: ଆଜି ୧.୨ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ ପାଇଁ ଶେଷ ଦିନ

ନୁଆଦିଲ୍ଲୀ: ଏଡୁଟେକ୍ କମ୍ପାନୀ ବାଇଜୁସ୍ ପାଇଁ ଆଜି ଗୁରୁତ୍ୱପୁର୍ଣ୍ଣ ଦିନ । ଦେଶର ଅନେକ ବଡ଼ ଷ୍ଟାର୍ଟ ଅପ ମଧ୍ୟରୁ ବାଇଜୁସ୍ ଅନ୍ୟତମ । କମ୍ପାନୀ ଏବେ ଏକ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରିପାରେ । ଏହି ଖବର ବିଷୟରେ ଜାଣିଥିବା ଲୋକଙ୍କ କହିବାନୁସାରେ, ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟାର୍ଟଅପ୍ ମଧ୍ୟରୁ ବାଇଜୁସ୍ ଏକ ତ୍ରୈମାସିକ ଋଣ ଉପରେ ପ୍ରାୟ ୪୦ ମିଲିୟନ୍ ଡଲାରର ସୁଧ ପେମେଣ୍ଟ ଦେବାକୁ ଯୋଜନା କରୁଛି । ତେବେ ସୂଚନା ଅନୁସାରେ ସୋମବାର ଅର୍ଥାତ୍ ୫ ଜୁନ୍ ସୁଦ୍ଧା ବାଇଜୁସ୍ ଫାର୍ମକୁ ଏହି ପେମେଣ୍ଟକୁ ଦେବାକୁ ପଡିବ ।

ଆଜି କମ୍ପାନୀ ଏହି ପେମେଣ୍ଟ ଆଜି କରିବ ବୋଲି ବିଶ୍ୱାସ କରାଯାଉଛି । ବିଶେଷଜ୍ଞମାନେ କହିଛନ୍ତି ଯେ କମ୍ପାନୀର ସ୍ଥିତି ଏପର୍ଯ୍ୟନ୍ତ ଠିକ୍ ନାହିଁ ଏବଂ ସମସ୍ତ ଦିଗକୁ ଧ୍ୟାନରେ ରଖି ଏହି ପେମେଣ୍ଟ ଦିଆଯିବ । ତେବେ ଯଦି ଧାର୍ଯ୍ୟ ତାରିଖରେ ବାଇଜୁସ୍ ପେମେଣ୍ଟ ଦେବାରେ ବିଫଳ ହେବ, ଏହାର ଅର୍ଥ ହେଉଛି କମ୍ପାନୀ ନାଁରେ ୧.୨ ବିଲିୟନ ଋଣ ଡିଫଲ୍ଟ ହେବ । ତେବେ ଏହି ମାମଲାରେ ବାଇଜୁସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଇନାହିଁ । ତେବେ ଲୋକେ ଇଙ୍କ ଅଫ ପ୍ରତିନୀଧି ଯେଉଁମାନେ ଋଣ ଉପରେ ପରାମର୍ଶ ଦେବା ପାଇଁ ନିଯୁକ୍ତ କରିଥିଲା କମ୍ପାନୀ ।

ସେମାନେ ମଧ୍ୟ କିଛି କହିବାକୁ ମନା କରି ଦେଇଛନ୍ତି । ୧.୨ ବିଲିୟନ ଡଲାରର ଋଣ ହେଉଛି ସର୍ବ ବୃହତ ଋଣ ଯାହା କୌଣସି ଷ୍ଟାର୍ଟଅପ୍‌ଙ୍କୁ ମିଳିଥିଲା। ପୂର୍ବତନ ଶିକ୍ଷକ ବିଜୁ ରାଭେନ୍ଦ୍ରନ୍ ଋଣଦାତାଙ୍କ ସହ ଏକ ଚୁକ୍ତି କରିବାକୁ ଚେଷ୍ଟା କରିଛନ୍ତି । କମ୍ପାନୀକୁ ଏହି ଋଣ କରୋନା ମହାମାରୀ ସମୟରେ ମିଳିଥିଲ। ତେବେ ମହାମାରୀ ପରବର୍ତୀ ସମୟରେ ଅନାଲଇନ୍ କୋଚି ସେଣ୍ଟର ବୃଦ୍ଧି ଏବଂ କମ୍ପାନୀର ଆୟ ହ୍ରାସ ପାଇବା ପରେ ଅନଲାଇନ୍ ଶିକ୍ଷାଦାନ ହ୍ରାସ ପାଇଛି ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି ।

 

Get real time updates directly on you device, subscribe now.