fbpx

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ବଡ଼ ବୟାନ, ‘ମୋର ପୁଣି ହୋଇପାରେ ଅପହରଣ’

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ପୁଣି ଅପହରଣ ହେବାର ଆଶଙ୍କା ପ୍ରକାଶ କରିଛନ୍ତି। ତାଙ୍କୁ ପୁଣିଥରେ ଅପହରଣ କରାଯାଇପାରେ ବୋଲି ଚୋକସି ଆଶଙ୍କା ପ୍ରକାଶ କରିଛନ୍ତି । ଏହି ଅପହରଣ ଆଶଙ୍କାକୁ ନେଇ ସେ ଏକ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି । ଭିଡିଓରେ ସେ କହିଛନ୍ତିଯେ, “ମୋତେ ପୁନର୍ବାର ଅପହରଣ କରି ଗୁଇନ୍ଦାକୁ ନିଆଯାଇପାରେ, ଯେଉଁଠାରେ ଭାରତୀୟଙ୍କ ବହୁ ସଂଖ୍ୟାରେ ଉପସ୍ଥିତି ରହିଛି। ସେଠାରୁ ମୋତେ ବେଆଇନ ତଥା ଅବୈଧ ଭାବରେ ଭାରତକୁ ନିଆଯାଇପାରେ । ଚୋକସି କହିଛନ୍ତି ଯେ ସେ ଏବେ ଅସୁସ୍ଥ ଥିବାରୁ ଆଣ୍ଟିଗୁଆ ସ୍ଥିତ ନିଜ ଘରେ ଅଛନ୍ତି । ହେଲେ ମୋତେ ଲାଗୁଛି ଯେ, ଭାରତ ନେବା ପାଇଁ ମୋତେ ପୁଣି ଅପହରଣ କରାଯାଇପାରେ ।
ଏଏନଆଇ ସହିତ ଆଲୋଚନା କରି ସେ କହିଛନ୍ତି ଯେ, ଗତ କିଛି ମାସ ହେଲା ସେ ଭୟ ଭିତରେ ରହିଛନ୍ତି । ଖରାପ ସ୍ୱାସ୍ଥ୍ୟ ପାଇଁ ସେ ନିଜ ଘରେ ବର୍ତ୍ତମାନ ରହିଛନ୍ତି । ତାଙ୍କ ଓକିଲ ଏବେ ଉଭୟ ଆଣ୍ଟିଗୁଆ ଓ ଡୋମିନିକା ମାମଲାରେ ଲଢ଼େଇ କରୁଛନ୍ତି । ତେବେ ସେ ଆଶା ରଖିଛନ୍ତି ଏହି ମାମଲାରୁ ସେ ନିଶ୍ଚିତ ଭାବେ ମୁକ୍ତି ପାଇପାରିବେ ।

 

Get real time updates directly on you device, subscribe now.