fbpx

(video) : କଟକ ବଡ ଡାକ୍ତରଖାନାରେ ବଡ ବିବାଦ, କାର୍ଯ୍ୟବନ୍ଦ ଡାକରା ଦେଲା ହାଉସ ସର୍ଜନ ସଂଘ, ନର୍ସିଂ ଷ୍ଟାଫଙ୍କ ସହ ହୋଇଛି ଝଗଡା

କଟକ: କଟକ ବଡ ମେଡିକାଲରେ ବଡ ବିବାଦ ସାମ୍ନାକୁ ଆସିଛି । ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଲଢେଇ ଏବେ ବଡରୂପ ନେଇଛି । ଫଳରେ ଗତକାଲି ହାଉସ ସର୍ଜନ ସଂଘ ବିବାଦକୁ ନେଇ ଧାରଣାରେ ବସିଥିଲା । କଟକ ବଡ ଡାକ୍ତରଖାନା ଅଧ୍ୟକ୍ଷ ମଧ୍ୟ ଏହାର ସମାଧାନ କରି ପାରି ନାହାନ୍ତି । ଫଳରେ ହାଉସ ସର୍ଜନ ସଂଘ ଆଜି କାର୍ଯ୍ୟବନ୍ଦ ଡାକରା ଦେଇଛି । ଯାହାଦ୍ୱାରା ସାଧାରଣ ନିରୀହ ରୋଗୀ ଏହାର ଶିକାର ହେଉଛନ୍ତି ।

ପ୍ରକାଶଥାଉ ଯେ, ସୋମବାର କଟକ ବଡ ମେଡିକାଲରେ ମେଡିସିନ ବିଭାଗରେ ରୋଗୀଙ୍କୁ ଦେଖିବା ସମୟରେ ଜଣେ ଡାକ୍ତର ଓ ନର୍ସଙ୍କ ମଧ୍ୟରେ କଥା କଟାକୁଟି ହୋଇଥିଲା । ଯାହାଫଳରେ ଏହି ବିବାଦ ଆରମ୍ଭ ହୋଇଛି । କଟକ ବଡ ଡାକ୍ତରଖାନାରେ କାର୍ଯ୍ୟରତ ପ୍ରାୟ ୨୫୦ ହାଉସ ସର୍ଜନ ଆଜି ଅନିଶ୍ଚିତକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି । ନର୍ସଙ୍କ ସହ ଡାକ୍ତର ଦୁଃର୍ବବ୍ୟହାର କରିବାର ଅଭିଯୋଗ ଆଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଏସସିବି ଅଧିକ୍ଷକ ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଏହାର ଶାନ୍ତିପୂର୍ଣ୍ଣ ସାମାଧାନ ପାଇଁ ଅନୁରୋଧ କରିଛନ୍ତି ଉଭୟ ପକ୍ଷଙ୍କୁ । ସେ କହିଛନ୍ତି ଯେ ଉଭୟ ହାଉସ ସର୍ଜନ ଓ ନର୍ସିଂ ଷ୍ଟାଫଙ୍କ ଏହି ବିବାଦ ଯୋଗୁଁ ସାଧାରଣ ରୋଗୀଙ୍କ ସେବା ବାଧାପ୍ରାପ୍ତ ହେବ । ତେବେ ଦେଖିବାକୁ ରହିଲା ସାଧାରଣରୁ ଅସାଧାରଣ ହୋଇ ସାରିଥିବା ଏହି ବିବାଦର କେବେ ପରିସମାପ୍ତି ଘଟୁଛି ଓ ସାଧାରଣ ରୋଗୀ ସେବା ପୁନଃ ସୁରୁଖୁରୁରେ ଚାଲୁଛି ।

Get real time updates directly on you device, subscribe now.