fbpx

କମିଲା ସୋରିଷ ତେଲ ଦର! ଶସ୍ତା ହେବ ସୋୟାବିନ୍ ଓ କପା ତେଲ ରେଟ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ବଢ଼ୁଥିବା ଦରଦାମକୁ ନେଇ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାରି ମଧ୍ୟରେ ଆସିଛି ଏକ ଆରାମଦାୟକ ଖବର । ବିଦେଶୀ ବଜାରରେ ବୃଦ୍ଧି ହେତୁ ତେଲ-ତିଲହନ ବଜାରରେ ଶନିବାର ଦିନ ବାଦାମ ଓ ସୋୟାବିନ୍ ତେଲ, କପା ତେଲ, ପାମୋଲିନ ତେଲ ଦାମରେ ସୁଧାର ଦେଖିବାକୁ ମିଳିଛି । ଅନ୍ୟପଟେ ବଜାରରେ ସୋରିଷ ତେଲ ମୂଲ୍ୟ ଶସ୍ତା ହୋଇଛି । ଅର୍ଥାତ୍ ସାଧାରଣ ଲୋକଙ୍କୁ ଏବେ ରୋଷେଇ ବଜେଟରେ କିଛି ଆରାମ ମିଳିବ ।

ବଜାର ଲୋକଙ୍କ କହିବା ଅନୁସାରେ, ବୈଦେଶିକ ବଜାରରେ ତେଲ ଦର ବୃଦ୍ଧି ପାଉଥିଲେ ବି ମଣ୍ଡିରେ ନୂଆ ସୋରିଷ ଫସଲ ଆସିବାରୁ ସୋରିଷ ତେଲ ବିହନର ମୂଲ୍ୟ କମ୍ ହୋଇଛି । ଏହାପୂର୍ବରୁ ଲଗାତାର ତେଲ-ତିଲହନରେ ତେଲ ଦର ବୃଦ୍ଧି ପାଉଥିଲା ।

ଏହା ବ୍ୟତୀତ ବଜାରରେ ପୂର୍ବରୁ ହାଲୁକା ତେଲରେ ସୋୟାବିନ୍ ଓ କପା ତେଲରୁ ସୋରିଷ ତେଲର ଦର ୨୫-୩୦ ଟଙ୍କା ଅଧିକ ଥିଲା । ଏହା ବି ଏବେ କମ୍ ହେବାର ସମ୍ଭାବନା ରହିଛି । ନୂଆ ଫସଲ ଆସିବାର ୧୫-୨୦ ଦିନ ମଧ୍ୟରେ ହାଲୁକା ତେଲ ତୁଳନାରେ ୫-୭ ଟଙ୍କା ଶସ୍ତା ହେବ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.