ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାରେ ବଡ଼ ତ୍ରୁଟି, ପରୀକ୍ଷାର୍ଥୀ ହତାଶ

ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷାରେ ତ୍ରୁଟି ।

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ (OSSC) ପରୀକ୍ଷାରେ ବଡ଼ ତ୍ରୁଟି । ତ୍ରୁଟି ସ୍ବୀକାର କଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ କର୍ତ୍ତୃପକ୍ଷ ।

ଆଜି ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ମାତ୍ର ସିଜିଏଲ୍‌ରୁ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଥିଲେ । ଏତେବଡ଼ ପରୀକ୍ଷାରେ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ହତାଶ ହୋଇଥିବା କଥା କହିଥିଲେ ।

ତେବେ ଏହି ଘଟଣାରେ ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଛନ୍ତି । ଆଉ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ଜଣାଇଲେ  । ମେ ୪ ତାରିଖ ଭିତରେ ପରାମର୍ଶ ଲୋଡ଼ି ନୋଟିସ୍‌ କରିଛନ୍ତି ।

ତେବେ ଓଏସଏସସି ପରୀକ୍ଷାରେ ତ୍ରୁଟି ଏହା ପ୍ରଥମ ଘଟଣା ନୁହେଁ । ଏସଡିଆଇପିଆରଓ ପରୀକ୍ଷାରେ ମଧ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା । 100 ନମ୍ବର ବଦଳରେ 94 ନମ୍ବରର ପ୍ରଶ୍ନ ପତ୍ର ଆସିଥିବା ବେଳେ ଏହାକୁ ଓଏସଏସସି ସ୍ବିକାର ମଧ୍ୟ କରିଥିଲା ।