fbpx

୧୨ କୋଟି ଚାଷୀଙ୍କ ପାଇଁ ବଡ଼ ଖବର: ୯ ଦିନ ଭିତରେ ସାରି ଦିଅନ୍ତି ଏହି କାମ, ନଚେତ୍ ଅଟକିଯିବ ଦ୍ୱାଦଶ ପିଏମ କିସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଅଧିନରେ ଏବେ ଦ୍ୱାଦଶ କିସ୍ତିକୁ ଚାହିଁ ବସିଛନ୍ତି ଚାଷୀ । ଯଦି ଚାଷୀଙ୍କୁ ଦ୍ୱରାଦଶ କିସ୍ତି ଦରକାର, ତେବେ ଆସନ୍ତା ୯ ଦିନ ମଧ୍ୟରେ e-KYC କାମ କରିଦେବାକୁ ଉଚିତ୍ । କାରଣ ସରକାର e-KYCର ଡେଡଲାଇନ୍ ୩୧ ଜୁଲାଇ ୨୦୨୨ ରଖିଛନ୍ତି । ଦ୍ୱାଦଶ କିସ୍ତି ପାଇବାକୁ ଚାହୁଁଥିବା ଚାଷୀ ତୁରନ୍ତ e-KYC କରିବା ଉଚିତ୍ ।

ତେବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଦ୍ୱାଦଶ କିସ୍ତି ଖୁବଶୀଘ୍ର ଆସିବ । ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ଦିଆଯାଏ । ଏହା ସହ ଦ୍ୱିତୀୟ କିସ୍ତି ୧ ଅଗଷ୍ଟରୁ ୩୦ ନଭେମ୍ବର ଭିତରେ ଦିଆଯାଏ । ସେହିପରି ତୃତୀୟ କିସ୍ତି ୧ ଡିସେମ୍ବରରୁ ୩୧ ମାର୍ଚ୍ଚ ମଧ୍ୟରେ ଟ୍ରାନ୍ସଫର ହୁଏ । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତି ଟ୍ରାନ୍ସଫର ହୋଇସାରିଛି । ୧ ଅଗଷ୍ଟରୁ ୩୦ ନଭେମ୍ବର ଭିତରେ ଆସ୍ତା କିସ୍ତି ଟଙ୍କା ମଧ୍ୟ ଆସିଯିବ । କିନ୍ତୁ ଏଥର ଚାଷୀଙ୍କୁ ଦ୍ୱାଦଶ କିସ୍ତି ପାଇବା ପାଇଁ e-KYC କରିବାକୁ ପଡ଼ିବ ।

ତେବେ ପିଏମ କିଷାନ ପୋର୍ଟଲରେ କୁହାଯାଇଛି ଯେ, ଆଧାର ଅଧାରିତ ଓଟିପି ପ୍ରାମାଣିକରଣ ପାଇଁ ଚାଷୀମାନଙ୍କୁ Kisan Cornerରେ e-KYC ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ବାୟୋମେଟ୍ରିକ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟର ଯିବାକୁ ପଡିବ । ଏହି କାମ ଘରେ ବସି ମୋବାଇଲ୍, କମ୍ପ୍ୟୁଟର କିମ୍ବା ଲାପଟପ୍ ରୁ ଆପଣ କରିପାରିବେ ।

– ଆଧାର ଆଧାରିତ OTP ପ୍ରାମାଣିକରଣ ପାଇଁ Kisan Cornerରେ ଥିବା ‘e-KYC’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ।
– ବାୟୋମେଟ୍ରିକ୍ ପ୍ରାମାଣିକରଣ ପାଇଁ ନିକଟତମ ସିଏସସି ସେଣ୍ଟ ସହ ଯୋଗାଯୋଗ କରନ୍ତୁ ।
– ଆପଣ ମୋବାଇଲ୍, ଲାପଟପ୍ କିମ୍ବା କମ୍ପ୍ୟୁଟର ସାହାଯ୍ୟରେ ଏହାକୁ ଘରେ ବସି କରିପାରିବେ ।
– ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ପୋର୍ଟାଲକୁ ଯାଆନ୍ତୁ ।
– ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବ୍ ମିଳିବ । ସବୁଠାରୁ ଉପରେ e-KYC ଲେଖାଥିବା ମିଳିବ, ଏହା ଉପରେ କ୍ଲିକ କରନ୍ତୁ ।

 

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.