ଗଙ୍ଗା ସ୍ନାନ ହେଲା ଶେଷ ସ୍ନାନ, ଚିତ୍କାରରେ ଫାଟି ପଡ଼ିଲା ରାସ୍ତା, ମର୍ମନ୍ତୁଦ ଦୁର୍ଘଟଣା, ଲିଭିଗଲା ୮ ଜୀବନ ଦୀପ

ଶନିବାର ସକାଳେ ଦୁର୍ଘଟଣା ଘଟିଛି

ବିହାର: ସକାଳ ସକାଳୁ ବିହାରର ରାଜଧାନୀ ପାଟନାର ଶାହଜାହାନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ନିକଟରେ ଏକ ଟ୍ରକ୍ ଏବଂ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା।

ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି।

ଧକ୍କା ଏତେ ଜୋରରେ ଥିଲା ଯେ ଅଟୋଟି ଖଣ୍ଡ ଖଣ୍ଡ ହୋଇଯାଇଛି। ସୂଚନା ଅନୁଯାୟୀ, ଏହି ସମସ୍ତ ଲୋକ ଏକ ଅଟୋରେ ବସି ଗଙ୍ଗାରେ ସ୍ନାନ କରିବାକୁ ଫତୁହା ଯାଉଥିଲେ।

ସମସ୍ତ ମୃତକ ନାଳନ୍ଦା ଜିଲ୍ଲାର ହିଲସା ଥାନା ଅଞ୍ଚଳର ମାଲଭା ଗାଁର ବାସିନ୍ଦା ଥିଲେ। ପାଟନାର ଗ୍ରାମୀଣ ଏସପି ଘଟଣାର କହିଛନ୍ତି ଯେ ସମସ୍ତ ଆହତଙ୍କୁ ତୁରନ୍ତ ପାଟନାକୁ ରେଫର କରାଯାଇଛି।

ଶନିବାର ସକାଳେ ଦୁର୍ଘଟଣା ଘଟିଛି

ବିହାରର ରାଜଧାନୀ ପାଟନାର ଶାହଜାହାନପୁର ଥାନା ଅଞ୍ଚଳର ଅଲଟ୍ରାଟେକ୍ ସିମେଣ୍ଟ କାରଖାନା ନିକଟରେ ଶନିବାର ସକାଳେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା।

ଏହି ଦୁର୍ଘଟଣା ପରେ ଚିତ୍କାର, ରକ୍ତ ଭିଜା ରାସ୍ତା ଏବଂ ମୃତଦେହର ରାସ୍ତାରେ ପଡ଼ିଥିବାର ଦୃଶ୍ୟ ଲୋମଟାଙ୍କୁରି ଉଠିଛି।

ଭାଦୋ ଅମାବାସ୍ୟା ଦିନ ଗଙ୍ଗା ନଦୀରେ ବୁଡ଼ ପକାଇ ଫେରୁଥିଲେ, କିନ୍ତୁ ଫେରିବା ସମୟରେ ରାସ୍ତାରେ ମୃତ୍ୟୁ ଆସି ସେମାନଙ୍କୁ ଘେରିଗଲା।

ଧକ୍କା ଏତେ ଜୋରରେ ଥିଲା ଯେ ଟେମ୍ପୋଟି ଖଣ୍ଡ ଖଣ୍ଡ ହୋଇଗଲା ଏବଂ ରାସ୍ତାରେ ଅନେକ ମୃତଦେହ ବିଛାଡ଼ି ପଡ଼ିଥିଲା।

ଦୁର୍ଘଟଣା ପରେ ଚିତ୍କାର

ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ପାଟନାର ଶାହଜାହାନପୁର ପୋଲିସ ଷ୍ଟେସନ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
ଚାରି ଆହତ ଯାତ୍ରୀଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅଟୋଟି ଦ୍ରୁତ ଗତିରେ ଆସୁଥିଲା ଏବଂ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଯାହା ପାଇଁ ସିଧାସଳଖ ଅଟୋ ଯାଇ ଟ୍ରକ ସହିତ ଧକ୍କା ହୋଇଥିଲା।

ପରିଜନଙ୍କୁ ହରାଇ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପରିବେଶ।

ପାଟନାର ଗ୍ରାମାଞ୍ଚଳ ଏସପି ବିକ୍ରମ ସିହାଙ୍ଗ ସଡ଼କ ଦୁର୍ଘଟଣାରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।

ଯେତେବେଳେ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି। ଯେଉଁମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମୃତକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ, ସମସ୍ତେ ହିଲସା ନାଳନ୍ଦା ଜିଲ୍ଲାର ବାସିନ୍ଦା।