fbpx

୨୬ ରୁ ଆରମ୍ଭ ଅଲମ୍ପିକ୍ସ ମହାଲଢେଇ, ଭାଗ ନେଉଛନ୍ତି ୧୦ ହଜାର ପ୍ରତିଯୋଗୀ, ଅଲମ୍ପିକ୍ସରେ ୫ ଟି ରଙ୍ଗର ରିଙ୍ଗ କାହିଁକି ଥାଏ, ଜାଣନ୍ତୁ ଏହାର କାରଣ…

ଓଡିଶା ଭାସ୍କର: ସାରା ବିଶ୍ୱରେ ପ୍ୟାରିସ ଅଲମ୍ପିକ୍ସ ୨୦୨୪ କୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ୨୬ ଜୁଲାଇରୁ ଏହା ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ । ଏଥିରେ ପ୍ରାୟ ୧୦ ହଜାର ପ୍ରତିଯୋଗୀ ଭାଗ ନେବେ । ଯଦି ଇତିହାସ କଥା କୁହାଯାଏ, ତେବେ ୧୮୯୬ ମସିହାରେ ଏହା ଆରମ୍ଭ ହୋଇଥିଲା ଓ ଏଥିରେ ୫ ରଙ୍ଗରେ ରଙ୍ଗାୟିତ ଗୋଲାକାର ରିଙ୍ଗ ଥାଏ । ଯାହା ଏହି ଖେଳର ପ୍ରତୀକ ଭାବରେ କାର୍ଯ୍ୟ କରିଥାଏ । ତେବେ ଅଲମ୍ପିକ୍ସରେ କାହିଁକି ଥାଏ ୫ ଟି ରଙ୍ଗର ରିଙ୍ଗ, ଜାଣିବା…

ଏହି ପାଞ୍ଚ ରଙ୍ଗର ରିଙ୍ଗ ଯଥାକ୍ରମେ ନୀଳ, ଗୋଲାପୀ, କଳା, ହଳଦିଆ ତଥା ନାଲି ରଙ୍ଗର ଅଟେ । ଏହାର ରଚନା ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ ସଂଘ ( ) ର ପୂର୍ବତନ ଅଧ୍ୟକ୍ଷ ପିଏର ଡୁ କୁବର୍ଟିନ କରିଥିଲେ । ଏହା ଅଲମ୍ପିକ୍ସ ମୁଭମେଣ୍ଟର ପ୍ରତୀକ ଭାବରେ କାମ କରେ । ଅଲମ୍ପିକ୍ସ ରିଙ୍ଗ ବିଶ୍ୱର ୫ ଟି ମହାଦ୍ୱୀପର ପ୍ରତୀକ ଅଟେ । ଏହି ମହାଦ୍ୱୀପ ଗୁଡିକ ହେଉଛି ଆଫ୍ରିକା, ଉତ୍ତର ଓ ଦକ୍ଷିଣ ଆମେରିକା, ଏସିଆ, ୟୁରୋପ ଓ ଅଷ୍ଟ୍ରେଲିଆ ।

ବିଶ୍ୱର ସବୁ ଦେଶର ଜାତୀୟ ପତାକାରେ ପ୍ରାୟ ଏହି ପାଞ୍ଚଟି ରଙ୍ଗ ମଧ୍ୟରୁ କୌଣସି ବି ରଙ୍ଗ ଦେଖିବାକୁ ମିଳିଥାଏ । ବିଶ୍ୱର ସବୁ ଦେଶ ମଧ୍ୟରେ ଏକତା ଓ ଅଖଣ୍ଡତା ସ୍ଥାପନ ପାଇଁ ଏହି ୫ ଟି ରଙ୍ଗର ରିଙ୍ଗ ବ୍ୟବହୃତ ହୋଇଥାଏ । ଏହି ପାଞ୍ଚ ରଙ୍ଗ ହିଁ ଅଲମ୍ପିକ୍ସରେ ଭାଗ ନେବାକୁ ଆସୁଥିବା ପ୍ରତିଯୋଗୀଙ୍କ ପ୍ରତିନିଧିତ୍ୱ ଭାବରେ କାର୍ଯ୍ୟ କରେ ।

Get real time updates directly on you device, subscribe now.