କଳାହାଣ୍ଡି, ୧୦ା୧ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲାରେ ଏକ ବଡ଼ଧରଣର ଡକାୟତି ହୋଇଛି । ଜଣେ ପେଟ୍ରୋଲ ପମ୍ପ ମାଲିକଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ, ବୋର୍ଡା ପେଟ୍ରୋଲ ପମ୍ପ ମାଲିକ ଅନିଲ ଜୈନଙ୍କ ଘରେ ୫ରୁ ଅଧିକ ଡକାୟତ ମାରଣାସ୍ତ୍ର ସହ ପଶିଥିଲେ । ପରିବାର ସଦସ୍ୟଙ୍କ ବନ୍ଧୁକ ଦେଖାଇ ଭୟଭୀତ କରି ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଥିଲେ । ଡକାୟତମାନେ ଘରେ ପଶିବା ପରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ବାହାର ପଟୁ ଲକ କରିଦେଇଥିଲେ ।
କଳାହାଣ୍ଡିରେ କ୍ରମାଗତ ଭାବେ ଡକାୟତି ବୃଦ୍ଧି ପାଇଛି । ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଡକାୟତି । ଏକ ବଡ଼ ଡକାୟତି ଗ୍ୟାଙ୍ଗ ଧନୀ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଥିବା କୁହାଯାଇଛି ।