ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର । ବର୍ତ୍ତମାନ ଭାରତୀୟ ରେଳବାଇ ଏହାର ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରିବାକୁ ନେଇ ବଡ଼ ପରିବର୍ତ୍ତନ କରିବା ଯୋଜନା କରୁଛି । ରେଳବାଇର ସଂରକ୍ଷଣ ଚାର୍ଟ ଦୁଇ ଥର ପ୍ରସ୍ତୁତ କରାଯାଏ । ପ୍ରଥମ ଟ୍ରେନ୍ ଛାଡ଼ିବାର ୪ ଘଣ୍ଟା ପୂର୍ବରୁ ଏବଂ ୨ୟ ଟ୍ରେନ୍ ଛାଡ଼ିବାର ୩୦ ମିନିଟ୍ ପୂର୍ବରୁ । ଏମିତିରେ ତକ୍ରାଳ କିମ୍ବା ପ୍ରିମିୟମ ତକ୍ରାଳ ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।
ବର୍ତ୍ତମାନ ଟ୍ରେନ୍ ଛାଡ଼ିବାର ୫ ମିିନିଟ୍ ପୂର୍ବରୁ ଚୂଡ଼ାନ୍ତ ସଂରକ୍ଷଣ ଚାର୍ଟ ପ୍ରସ୍ତୁତ କରାଯାଉଛି । ଶେଷ ସମୟରେ ଟିକେଟ୍ ବୁକିଂ କରୁଥିବା ଯାତ୍ରୀଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଥାଏ । ଚୂଡ଼ାନ୍ତ ଚାର୍ଟରେ ଟିକେଟ୍ ବୁକିଂ କରିଥିବା ଯାତ୍ରୀଙ୍କ ନାଁ ତାଲିକାରେ ନଥାଏ । ଫଳରେ ଟିଟିଇ ଯାଞ୍ଚ ପ୍ରକ୍ରିୟା ଜଟିଳ ହୋଇଥାଏ । ସଂରକ୍ଷଣ ଚାର୍ଟ ୧୫ ମିନିଟ୍ ପୂର୍ବରୁ ପ୍ରସ୍ତୁତ ହେଲେ ଉଭୟ ଯାତ୍ରୀ ଏବଂ ଟିଟିଇଙ୍କ ପାଇଁ ସୁବିଧା ହୋଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ରେଳବାଇ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରେଳବାଇ ବୋର୍ଡର ନିର୍ଦ୍ଦେଶକ ସଞ୍ଜୟ ମନୋଚା(ପାସେଞ୍ଜର ମାର୍କେଟିଂ) ଡିସେମ୍ବର ୨୦ ରେ ଉତ୍ତର ପୂର୍ବ ରେଳ ସମେତ ସମସ୍ତ ଆଞ୍ଚଳିକ ରେଳବାଇକୁ ଏକ ଚିଠି ପ୍ରଦାନ କରି ଏ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି । ଆସନ୍ତା ଜାନୁୟାରୀ ୨ ସୁଦ୍ଧା ଏହାର ଉତ୍ତର ଲୋଡିଛି । ଜାନୁଆରୀ ୨ ପରେ ଏହି ପ୍ରକ୍ରିୟା ଆଗେଇବ ।