fbpx

IPL Mega Auctionକୁ ନେଇ ବଡ଼ ଅପଡେଟ: କେବେ-କେଉଠି ହେବ ଆୟୋଜନ? ନିଲାମ ହେବେ ବଡ଼ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ପରେ ଆଉ ଏକ ବଡ଼ ଘୋଷଣା କରିଛି ଗଭର୍ଣ୍ଣିଂ କାଉନ୍ସିଲ । ବର୍ତ୍ତମାନ ମେଗା ଅକ୍ସନକୁ ନେଇ ଏକ ବଡ଼ ଅପଡେଟ ଜାରି ହୋଇଛି । ଖୁବଶୀଘ୍ର ଆଇପିଏଲ-୨୦୨୫ ପାଇଁ ମେଗା ଅକ୍ସନ ହେବାକୁ ଥିବା ବେଳେ ଏହା କେଉଁଠି ଆୟୋଜନ ହେବ, ସେ ନେଇ ବଡ଼ ତଥ୍ୟ ସାମନାକୁ ଆସିଛି । ସାଉଦି ଆରବର ସହରରେ ଏହି ଭେଗା ଇଭେଣ୍ଟ ଆୟୋଜନ କରିବା ନେଇ ପ୍ଲାନ କରୁଛି ବିସିସିଆଇ । ଚଳିତବର୍ଷ ନଭେମ୍ବର ଶେଷ ପର୍ଯ୍ୟାୟରେ ଏହି ମେଗା ଅକ୍ସନ ଅନୁଷ୍ଠିତ ହୋଇପାରେ । ଏହାପୂର୍ବରୁ ସମସ୍ତ ଫ୍ରାଞ୍ଚାଇଜି ନିଜ ରିଟେନସନ୍ ତାଲିକା ଜାରି କରିବେ ।

ରିପୋର୍ଟ ଜରିଆରେ, ଆଇପିଏଲ ୨୦୨୫ ପାଇଁ ମେଗା ଅକ୍ସନ ୟୁଏଇର ଦୁବାଇ ସହରରେ ଆୟୋଜନ କରିପାରେ ବିସିସିଆଇ । ତେବେ ବର୍ତ୍ତମାନ ସୁଦ୍ଧା ଉଚିତ ଭେନ୍ୟୁ ବା ହୋଟେଲ ଚିହ୍ନଟ କରିବାରେ ସଫଳତା ମିଳିପାରି ନାହିଁ । କିନ୍ତୁ ସାଉଦି ଆରବରେ କୌଣସି ଭେନ୍ୟୁ ଚୟନ କରିବା ସମ୍ଭବ ହୋଇନାହିଁ । ତେବେ ଖୁବଶୀଘ୍ର ବିସିସିଆଇ ଏ ନେଇ ଏକ ସ୍ଥାନ ଚୟନ କରିବା ସହ ମେଗା ଅକ୍ସନ ଆୟୋଜନ କରିବ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ଲଣ୍ଡନରେ ଏହି ଇଭେଣ୍ଟ ଆୟୋଜନ କରିବା ନେଇ ପ୍ଲାନ କରୁଥିଲା ବୋର୍ଡ । କିନ୍ତୁ ମୌସୂମୀ ଜନିତ ସମସ୍ୟା ଯୋଗୁଁ ଏଠାରୁ ମୁହଁ ଫେରାଇ ନିଆଯାଇଛି । ୨ ଦିନ ପର୍ଯ୍ୟନ୍ତ ଅକ୍ସନ ଆୟୋଜନ ହୋଇ ପାରୁଥିବା ଏକ ସ୍ଥାନ ଚୟନ କରିବାକୁ ଚେଷ୍ଟା ଜାରି ରକିଛନ୍ତି ବିସିସିଆଇ ଏବଂ ଆଇପିଏଲ ଅଧିକାରୀ । ଏହାସହିତ ୧୦ଟି ଫ୍ରାଞ୍ଚାଇଜିର ପ୍ରତିନିଧି ମଣ୍ଡଳ ଏବଂ ୨ ପ୍ରସାରକ(ଜିଓ ଏବଂ ଡିସନୀ+ ହଟଷ୍ଟାର) ସାମିଲ ହୋଇପାରିବେ ।

ତେବେ ଏହାପୂର୍ବରୁ ଆଇପିଏଲ-୨୦୨୫ ପାଇଁ ରିଟେନସନ୍ ପଲିସି ଜାରି କରିଛି ବୋର୍ଡ ଗଭର୍ଣ୍ଣିଂ କାଉନ୍ସିଲ । ପ୍ରତ୍ୟେକ ଦଳ ଆଗାମୀ ସଂସ୍କରଣ ପାଇଁ ମୋଟ ୬ ଜଣ ଖେଳାଳିଙ୍କୁ ରିଟେନ୍ କରିପାରିବେ । ଏହି ତାଲିକାରେ ରାଇଟ ଟୁ ମ୍ୟାଚ୍ କାର୍ଡ ସହ ଅନକ୍ୟାପ୍ଡ ଖେଳାଳି ମଧ୍ୟ ସାମିଲ ରହିଛନ୍ତି । ଗତ ଆଇପିଏଲ-୨୦୨୨ ସଂସ୍କରଣରେ ପ୍ରତ୍ୟେକ ଦଳକୁ ସବାଧିକ ୪ ଜଣ ଖେଳାଳିଙ୍କୁ ରିଟେନ୍ କରିବା ପାଇଁ ଅନୁମତି ଦିଆ ଯାଇଥିଲା । ତେବେ ଏହି ଘୋଷଣା ପରେ ବର୍ତ୍ତମାନ ସମସ୍ତ ଦଳ ନିଜ ରିଟେନସନ୍ ଖେଳାଳିଙ୍କ ତାଲିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.