fbpx

ସୁନା ଲୁଟ ବେଳେ ବିରୋଧ କଲେ ବିଜେପି ନେତା, ଗୁଳି ଫୁଟାଇ ଦେଲେ ଦୁର୍ବୃତ୍ତ

bihar bjp leader shyam sundar munna sharma shot dead in patna

ବିହାର: କିଛି ଦିନର ବ୍ୟବଧାନ ପରେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବାର ଖବର ସାମ୍ନାକୁ ଆସିଛି । ଦିନ ଦ୍ବିପହରରେ ପାଟନାର ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତ ନେତାଙ୍କ ନାମ ଶ୍ୟାମ ସୁନ୍ଦର ବୋଲି ଜଣାପଡିଛି । ସୂଚନା ଅନୁସାରେ, ପାଟନାର ମଙ୍ଗଳ ତାଲାବ ନିକଟରେ ତାଙ୍କୁ ଗୁଳି କରାଯାଇଛି । ରାମଦେବ ମହାଟୋ କମ୍ୟୁନିଟି ହଲ୍ ନିକଟରୁ ଏକ ଅଟୋ ଧରିବାକୁ ଯାଉଥିବା ବେଳେ କିଛି ଜଣ ଦୁର୍ବୃତ୍ତ ଆସି ତାଙ୍କ ନିକଟରୁ ସୁନା ଲୁଟ କରିବା ପାଇଁ ପ୍ରୟାସ କରିଥିଲେ । ଶ୍ୟାମ ସୁନ୍ଦର ଅପରାଧୀମାନଙ୍କୁ ବିରୋଧ କରିବାକୁ ସେମାନେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଶ୍ୟାମ ସୁନ୍ଦର ଶର୍ମା ବିଜେପି ଚୌକ ମଣ୍ଡଳର ପୂର୍ବତନ ଅଧ୍ୟକ୍ଷ ଥିଲେ । ଚୌକା ଥାନା ପୋଲିସର କହିବା ଅନୁସାରେ, ସକାଳୁ ସକାଳୁ ହିଁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ପୋଲିସ ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଆରମ୍ଭ କରିଛି । ସେ ଦଳ ପାଇଁ ଅନେକ କାର୍ଯ୍ୟ କରିଥିବା ବେଳେ ସେ ଜଣେ ସଚୋଟ ବ୍ୟକ୍ତି ମଧ୍ୟ ଥିଲେ ।

Get real time updates directly on you device, subscribe now.