fbpx
BSKY SKY
BSKY SKY

ଜାତିଗତ ଜନଗଣନା ମାମଲା, ହାଇକୋର୍ଟଙ୍କ ନିଷ୍ପତ୍ତି ବିରୁଦ୍ଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ

BSKY

ନୂଆଦିଲ୍ଲୀ: ବିହାରର ଜାତି ଆଧାରିତ ଜନଗଣନା ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ପାଟନା ହାଇକୋର୍ଟର ଆଦେଶ ଉପରେ ପ୍ରତିବନ୍ଧ ଲଗାଇବାକୁ ଆବେଦନ କରାଯାଇଛି । ନାଳନ୍ଦାରେ ରହୁଥିବା ଅଖିଳେଶ କୁମାର ଓକିଲ ବରୁଣ ସିହ୍ନାଙ୍କ ଜରିଆରେ ଏହି ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ପାଟନା ହାଇକୋର୍ଟ ଜାତି ଆଧାରିତ ସର୍ଭେକୁ ସବୁଜ ସଂକେତ ଦେଇଥିଲେ । ଗତ ମଙ୍ଗଳବାର ପାଟନା ହାଇକୋର୍ଟ ବିହାର ସରକାରଙ୍କ ନିଷ୍ପତ୍ତିକୁ ଆହ୍ୱାନ କରିଥିବା ସମସ୍ତ ଯାଚିକାକୁ ଖାରଜ କରି କହିଥିଲେ ଏହା ସଂପୂର୍ଣ୍ଣ ଭାବରେ ବୈଧ ଓ ରାଜ୍ୟ ସରକାରଙ୍କ ପାଖରେ ଏପରି କରିବାର ଅଧିକାର ରହିଛି ।

ଗତ ବର୍ଷ ଜାତି ଆଧାରିତ ସର୍ଭେ ଲାଗି ଆଦେଶ ଦିଆଯାଇଥିଲା ଓ ଚଳିତ ବର୍ଷ ପ୍ରାରମ୍ଭରେ ଏହା ଆରମ୍ଭ କରାଯାଇଥିଲା । ହାଇକୋର୍ଟ ବେଞ୍ଚ ଏହି ମାମଲାରେ ୭ ଜୁଲାଇରେ ନିଜର ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ହାଇକୋର୍ଟ କହିଥିଲେ, ରାଜ୍ୟର ପଦକ୍ଷେପ ସଂପୂର୍ଣ୍ଣ ଭାବରେ ଠିକ୍ ଓ ସରକାର ଏହା କରିବାରେ ସକ୍ଷମ । ଏହାର ଅର୍ଥ ନ୍ୟାୟ ସହିତ ବିକାଶ ପ୍ରଦାନ କରିବା । ତେବେ ରାଜ୍ୟସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ହାଇକୋର୍ଟରେ ଯାଚିକା ଦାୟର କରିଥିବା ଯାଚିକାକର୍ତ୍ତାଙ୍କୁ ବଡ ଧକ୍କା ଲାଗିଥିଲା । ସେମାନେ ଏବେ ଏହି ମାମଲାରେ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଛନ୍ତି ।

Get real time updates directly on you device, subscribe now.