fbpx

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗୋଡ ଖସିବାରୁ ଷ୍ଟେଜରେ ପଡିଗଲେ, ଭାଇରାଲ ହେଲା ଭିଡିଓ

ପାଟନା : ଏବେ ବିହାର ମୁଖ୍ୟମନ୍ତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳିଛି ତାଙ୍କ ଗୋଡ ଖସିବାରୁ ସେ ପଡି ଯାଇଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପାଟନା ୟୁନିଭରସିଟିରେ ଶିକ୍ଷକ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ଏଠାରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସେ ପଡି ଯାଇଥିଲେ । ଏହା ପରେ ସେଠାରେ ଭିଡ ଜମିଥିଲା ପରେ ସୁରକ୍ଷାକର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଉଠାଇଥିଲେ ।

ଭିଡିଓରେ ଦେଖିବାକୁ ମିଳିଛି ନୀତୀଶ କୁମାର ସୁରକ୍ଷାକର୍ମୀମାନଙ୍କ ସହ ଷ୍ଟେଜ ଉପରକୁ ଚଢୁଛନ୍ତି । କିନ୍ତୁ ଯେତେବେଳେ ସେ ଉଦଘାଟନ ପାଇଁ ପରଦା ପାଖକୁ ଯାଉଛନ୍ତି ସେତେବେଳେ ତାଙ୍କ ଗୋଡ ଖସି ଯିବାରୁ ସେ ପଡି ଯାଉଛନ୍ତି । ଏହି ଘଟଣା ଘଟିବା ପରେ ଲୋକମାନଙ୍କ ଭିଡି ଜମିଥିଲା । ପରେ ତାଙ୍କୁ ସୁରକ୍ଷା କର୍ମୀ ଉଠାଇବା ଭିଡିଓରେ ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଅଧିକାରୀଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଜଣେ ପିଡିତା ତାଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଫୋନ ଲଗାଇବାକୁ କହିଥିଲେ କିନ୍ତୁ ସେ ବୁଝିପାରି ନଥିଲେ କାହାକୁ ଫୋନ ଲଗାଇବେ । ସେହି ସମୟରେ ମୁଖ୍ୟମନ୍ତ୍ରୀ ଅଧିକାରୀ ଉପରେ ରାଗିଥିବା ଏହି ଭାଇରାଲ ଭିଡିଓରେ ଦେଖବାକୁ ମିଳିଥିଲା ।

Get real time updates directly on you device, subscribe now.