(Video) ଚୋଟ ମାରିବା ପରେ ବିଷଧର ସାପକୁ ବେକରେ ଗୁଡାଇ ହସ୍ପିଟାଲରେ ପହଞ୍ଚିଲେ ଯୁବକ, କହିଲେ ଏହି କାମୁଡିଛି ଚିକିତ୍ସା କରାନ୍ତୁ..

ନୂଆଦିଲ୍ଲୀ: ବିହାରରୁ ଏକ ଭିଡିଓ ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିକୁ ବିଷଧର କାମୁଡିଦେବା କାରଣରୁ ସେ ସାପକୁ ବେକରେ ଗୁଡାଇ ପହଞ୍ଚିଛନ୍ତି । ଏହାପରେ ଉକ୍ତ ହସ୍ପିଟାଲରେ ଭୟର ବାତାବରଣ ଖେଳିଯାଇଛି । ଉକ୍ତ ଯୁବକ ଜଣଙ୍କର ନାମ 48 ବର୍ଷୀୟ ପ୍ରକାଶ ମଣ୍ଡଳ । ଭଗଲପୁରର ଜେଏଲଏନ ହସ୍ପିଟାଲରୁ ସାମ୍ନାକୁ ଆସିଛି ଘଟଣା ।

ବିହାରର ଭଗଲପୁରରେ ବନ୍ୟା ପରେ ଅନେକ ଅଞ୍ଚଳରେ ବିଷଧର ସାପ ସହିତ ଗଢିଆଳ ମଧ୍ୟ ଦେଖାଯାଇଥିଲା । ତେବେ ବନ ବିଭାଗର ଟିମ୍ ଘଡିଆଳକତୁ ଜବତ କରିଥିଲେ ।  କିନ୍ତୁ ବିଷଧର ସାପଗୁଡିକ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କର ଭୟର କାରଣ ସାଜିଛନ୍ତି । ଏହି ଘଟଣା ମିରାଚକ ଗ୍ରାମର ଅଟେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢିବାରେ ଲାଗିଛି ।

ଖବର ଅନୁସାରେ,  ପ୍ରକାଶ ମଣ୍ଡଳକୁ ବିଷଧର ସାପ କାମୁଡିବା ପରେ ସେ ଯେଉଁ ପ୍ରକାର କାର୍ଯ୍ୟ କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ସାପ କାମୁଡିବା ପରେ ସେ ଦୌଡିଯାଇ ତାର ପାଟିକୁ ଚାପି ଦେଇଥିଲେ । ଏହାପରେ ଦୌଡିଦୌଡି ହସ୍ପିଟାଲ ପହଞ୍ଚିଥିଲେ । ତେବେ ହସ୍ପିଟାଲ ପହଞ୍ଚିବା ସମୟରେ ତାଙ୍କ ବେକରେ ସାପ ଝୁଲି ରହିଥିବା ଦେଖାଯାଇଥିଲା । ତେବେ ସେ ଡାକ୍ତରଙ୍କୁ କହିଲେ ଏହି ସାପ ମୋତେ ଚୋଟ ମାରିଛି, ମୋର ଚିକିତ୍ସା କରାନ୍ତୁ । ହାତରେ ବିଷଧର ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସାପକୁ ବାହାରକୁ କଢାଯାଇ ତାଙ୍କର ତିକିତ୍ସା କରାଯଆଉଛି ।

Get real time updates directly on you device, subscribe now.