ଛାପ୍ରା: ହମାସ ସହିତ ଗତ କିଛିମାସ ମଧ୍ୟରେ ଜାରି ଯୁଦ୍ଧରେ ଉତ୍ପନ୍ନ ସ୍ଥିତିର ସାମ୍ନା କରିବା ଲାଗି ଇସ୍ରାଏଲ ପାଇଁ ବହୁ ସଂଖ୍ୟାରେ ନିର୍ମାଣ ଶ୍ରମିକଙ୍କ ଆବଶ୍ୟକତା ରହିଛି । ଏଥିପାଇଁ ଏଠାରେ ଶ୍ରମିକଙ୍କ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଏଥିରେ ବିଶେଷ ଭାବରେ କୋଠା ନିର୍ମାଣ କରୁୁଥିବା ଶ୍ରମିକଙ୍କ ଅଧିକ ଆବଶ୍ୟକତା ରହିଛି । ଭାକାନ୍ସୀ ଅନୁସାରେ ଶ୍ରମିକଙ୍କୁ ସେଠାରେ ୧.୩୭ ଲକ୍ଷ ଦରମାରେ ନିଯୁକ୍ତି ଦିଆଯିବ । ଏହି ଚୁକ୍ତି ୧ ବର୍ଷରୁ ୫ ବର୍ଷ ମଧ୍ୟରେ ରହିବ । ଏହି କ୍ରମରେ ବିହାରର ଛପ୍ରା ନିବାସୀ ରାଜମିସ୍ତ୍ରୀ କାମ କରୁଥିବା ଜିତେନ୍ଦ୍ର କୁମାର ରାୟ ମଧ୍ୟ ଇସ୍ରାଏଲ ଯିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ତାଙ୍କର ଆଶା ରହିଛି କି ଇସ୍ରାଏଲରେ ଚାକିରି କରିବା ପରେ ତାଙ୍କର ଆର୍ଥିକ ସ୍ଥିତି ବହୁତ ବଦଳିଯିବ ।
ଜିତେନ୍ଦ୍ର ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସେ ପିଲାଦିନୁ ହିଁ ସୈନିକ ହେବେ ବୋଲି ସ୍ୱପ୍ନ ଦେଖିଥିଲେ । ଥରେ ଦୌଡରେ ପାସ୍ ହୋଇଯାଇଥିଲେ କିନ୍ତୁ ଶେଷ ଚୟନ ପ୍ରକ୍ରିୟାରେ ସଫଳ ହୋଇ ନ ଥିଲେ । ଗରିବ ପରିବାରରୁ ଆସିଥିବାରୁ କୌଣସି କାମ ନ ମିଳିବାରୁ ରାଜମିସ୍ତ୍ରୀ କାମ କରିଥିଲେ ।ଅନୁଭବ ପ୍ରମାଣପତ୍ର ପାଇବା ପାଇଁ ସେ ଜାମସେଦପୁର ନ୍ୟାସନାଲ କନଷ୍ଟ୍ରକସନ କମ୍ପାନୀରେ ୮ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ । ଏବେ ସେ ବିହାରରେ କାମ କରୁଛନ୍ତି । ଭଲ କାମ କରୁଥିବାରୁ ସେ କେବେ ବସି ରୁହନ୍ତି ନାହିଁ । ଏହା ସତ୍ତ୍ୱେ ବି ସେ ମାସକୁ ୧୫ରୁ ୨୦ ହଜାର ଭିତରେ ରୋଜଗାର କରିଥାନ୍ତି ।
ଜିତେନ୍ଦ୍ର କହିଛନ୍ତି ବିଦେଶରେ କୌଣସି ବି ଚାକିରୀରେ ଭଲ ଦରମା ମିଳୁଛି । ଏହି କାରଣରୁ ଯେତେବେଳେ ତାଙ୍କୁ ଇସ୍ରାଏଲ ଯିବାର ସୁଯୋଗ ମିଳିଲା ସେ ରାଜି ହୋଇଗଲେ ।