fbpx

୨୪ ଘଣ୍ଟା ଭିତରେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ଶୁଣାଇ ରେକର୍ଡ କଲା ବିହାର, ଏପରି କରିବାରେ ଦେଶର ପ୍ରଥମ ରାଜ୍ୟ

ପାଟନା: କୌଣସି ପ୍ରକାର ଦୁଷ୍କର୍ମ ମାମଲାରେ ୨୪ ଘଣ୍ଟା ଭିତରେ ଦୋଷୀକୁ ସଜ୍ଜା ମିଳିବା କଥା ଆପଣ ମାନେ ଆଗରୁ ଜମା ମଧ୍ୟ ଶୁଣିନଥିବେ । ହେଲେ ଏହାକୁ ସତ କରି ଦେଖାଇଛି ବିହାରର ଏକ ବିଶେଷ କୋର୍ଟ । ବିହାରର ଅରରିୟାରେ ପୋକ୍ସୋ ଆକ୍ଟ ଅଧୀନରେ ଏକ ବିଶେଷ ଅଦାଲତ ରେକର୍ଡ ସମୟ ମଧ୍ୟରେ ଦୁଷ୍କର୍ମକାରୀଙ୍କୁ ସଜ୍ଜା ଦେଇ ଇତିହାସ ସୃଷ୍ଟି କରିଛି । ଏହି କୋର୍ଟ ଦୁଷ୍କର୍ମ ମାମଲାରେ ଗୋଟିଏ ଦିନରେ ସବୁ ପକ୍ଷକୁ ଶୁଣିଥିଲା, ସେହିଦିନ ହିଁ ଦୁଇପକ୍ଷଙ୍କ ମଧ୍ୟରେ ଯୁକ୍ତି ହୋଇଥିଲା ଓ ଦୁଷ୍କର୍ମକାରୀଙ୍କୁ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଯାଇଥିଲା ।

ପୋକ୍ସୋ ଆକ୍ଟ ଅଧୀନରେ ଗୋଟିଏ ଦିନରେ ସବୁ ତଦନ୍ତ ସାରି ଅଭିଯୁକ୍ତକୁ ସଜ୍ଜା ଶୁଣାଇବାରେ ବିହାର, ଦେଶର ପ୍ରଥମ ରାଜ୍ୟ ହୋଇଯାଇଛି । ଏହା ପୂର୍ବରୁ ପୂର୍ବ ମଧ୍ୟପ୍ରଦେଶର ଦତିୟା ଜିଲ୍ଲାରେ ସ୍ପିଡି ଟ୍ରାଏଲ୍ ଅଧୀନରେ ମାତ୍ର ତିନି ଦିନରେ ଅଗଷ୍ଟ ୨୦୧୮ରେ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯାଇଥିଲା । ଆଉ ଏବେ ବିହାର ୨୪ ଘଣ୍ଟାରେ ଦଣ୍ଡ ଶୁଣାଇ ମଧ୍ୟପ୍ରଦେଶର ରେକର୍ଡ ଭାଙ୍ଗି ଦେଇଛି ।

ଏହି ଘଟଣା ୨୩ ଜୁଲାଇ ୨୦୨୧ ରେ ଅରରିଆର ନରପତଗଞ୍ଜ ପୋଲିସ୍ ଷ୍ଟେସନର ହୋଇଥିବା ଜଣାପଡ଼ିଛି । ଯେଉଁଠାରେ ଅଭିଯୁକ୍ତ ନାବାଳିକାକୁ ବଳାତ୍କାର କରିଥିଲା । ମାମଲା ରୁଜୁ ପରେ ୧୮ ସେପ୍ଟେମ୍ବରରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଉକ୍ତ ମାସରେ ୨୦ ତାରିଖରେ କୋର୍ଟ ଏହି ମାମଲା ଗ୍ରହଣ କରିଥିଲେ। ୨୪ ସେପ୍ଟେମ୍ବରରେ ଚାର୍ଜସିଟ୍ ଗଠନ କରାଯାଇଥିଲା । ଏହି ମାମଲାର ଶୁଣାଣି ୪ ଅକ୍ଟୋବରରେ ହୋଇଥିଲା। ସେହି ଦିନ ବିତର୍କ ହୋଇଥିଲା ଏବଂ ଅଭିଯୁକ୍ତଙ୍କୁ ସେହି ଦିନ ହିଁ ଦଣ୍ଡିତ କରାଯାଇଥିଲା।

Get real time updates directly on you device, subscribe now.