fbpx

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ବଦଳିବନି, ପୂର୍ବପରି ଚାଲୁ ରହିବ: ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାମ ପରିବର୍ତ୍ତନକୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ଏହି ପୁରସ୍କାରର ନାମ ବଦଳିବ ନାହିଁ, ତାହା ପୂର୍ବ ପରି ଚାଲୁ ରହିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । କ୍ରୀଡ଼ା ପୁରସ୍କାରରେ ବିଜୁ ବାବୁଙ୍କ ନାମ ପରିବର୍ତ୍ତନ ନେଇ କୌଣସି ସରକାରୀ ଘୋଷଣା ହୋଇନାହିଁ । ରାଜ୍ୟ ସରକାର ବରପୁତ୍ରମାନଙ୍କୁ ସବୁବେଳେ ସମ୍ମାନ ଦିଅନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ପରିବର୍ତ୍ତନ ନେଇ ଗତକାଲି ବେଶ୍ ଚର୍ଚ୍ଚା ହୋଇଥିଲା । ଏନେଇ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏକ ନୋଟିଫିକେସନ ଜାରି କରାଯାଇଥିବା ନେଇ ମଧ୍ୟ କୁହାଯାଉଥିଲା । ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ନାମ ପରିବର୍ତ୍ତନ କରାଯାଇ ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ରଖାଯାଇଥିବା କୁହାଯାଇଥିଲା । ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ସଫଳ କ୍ରୀଡ଼ାବିତ, କୋଚ, କ୍ରୀଡ଼ା ସାମ୍ବାଦିକ ଓ କ୍ରୀଡ଼ା ଅନୁଷ୍ଠାନକୁ ଏହି ପୁରସ୍କାର ଦିଆଯାଇଥାଏ । ୨୦୦୧ ମସିହାରେ ବିଜୁ ଜନତା ଦଳ କ୍ଷମତାକୁ ଆସିବା ପରଠାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଥିଲା ।

Get real time updates directly on you device, subscribe now.