fbpx

ବାଇକ୍ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ନୟାଗଡ଼, ୧୯ା୩ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି । ଶରଣକୁଳ ଏସଡିପିଓ ଅଫିସରେ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଏସଡିପିଓ ଅଫିସ ପାଖରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲେ । ତେବେ ସଙ୍କଟାପନ୍ନ ଅବସ୍ଥାରେ ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.