fbpx

ଆରବପତିରୁ ବନିଗଲେ ରୋଷେୟା! ନିଜେ ରାନ୍ଧି ପିଲାର କରାଇଲେ ଅନ୍ନପ୍ରାସନ

Advertisement

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ କମ୍ପାନୀର ସଂସ୍ଥାପକ ବିଲ ଗେଟ୍ସ ଏବେ ଅଫିସ ଛାଡି ରୋଷେଇ ଘରେ ଦେଖିବାକୁ ମିଳିଛନ୍ତି । ଗୁରୁବାର ସେ ଏକ ଭାରତୀୟ ଶିଶୁର ଅନ୍ନପ୍ରାଶନ କରାଇବା ସହିତ ତାକୁ ଖେଚୁଡି ରାନ୍ଧିବାର ବିଧି ମଧ୍ୟ ଶିଖିଛନ୍ତି ବିଲ ଗେଟ୍ସ । ମହିଳା ଏବଂ ବାଳ ବିକାଶ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ‘ପୋଷଣ ମାଧ୍ୟମରେ ସଶକ୍ତିକରଣ: ନୂଆ ଭାରତର ମହିଳାଙ୍କ ପର୍ବ’ କାର୍ଯ୍ୟକ୍ରମରେ ବିଲ୍ ଗେଟ୍ସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ପୋଷଣ ଯୋଜନା ୨.୦ ମାଧ୍ୟମରେ କାମ କରୁଥିବା ପ୍ରଶାସକଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

ଏ ନେଇ ବିଲ ଗେଟ୍ସ ଟ୍ୱିଟ କରି କହିଛନ୍ତି ଯେ, “ଭାରତ ପୋଷଣ ୨.୦ ମାଧ୍ୟମରେ ମହିଳା ଏବଂ ପିଲାମାନଙ୍କ ସ୍ୱାସ୍ଥ୍ୟ ଭବିଷ୍ୟତ ଦିଗରେ ଆଗେଇ ଚାଲଇଛି” । ଏହି କାର୍ଯ୍ୟକ୍ରମରେ ପୋଷଣ କରିଣାମକୁ ସୁନ୍ଦର କରିବା ପାଇଁ ସାହାଯ୍ୟ କରୁଥିବା ୨ ପ୍ରଶାସକ ଏମି ଜୋସେଫ ଏବଂ ଲକ୍ଷ୍ମୀପ୍ରିୟାଙ୍କ ସହିତ ମଧ୍ୟ ସେ ଆଲୋଚନା କରିଥିଲେ । ଏହାବ୍ୟତୀତ ବିଲ ଗେଟ୍ସ ଏହି ଅବସରରେ ଏଖ ଶିଶୁର ଅନ୍ନପ୍ରାସନ୍ନ କରାଇଛନ୍ତି । ଭାରତର ସୁପର ଫୁଡ ଏବଂ ଏହାର ପୋଷଣ ଘଟକକୁ ବୁଝିବା ସହ ଏହାର ପ୍ରଶଂସା ମଧ୍ୟ କରିଛନ୍ତି ବିଲ ଗେଟ୍ସ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ସେ ଶ୍ରୀମନ୍ନ କୁହାଯାଉଥିବା ଖେଚୁଡି ରାନ୍ଧିବାର ପ୍ରଣାଳୀ ଶିଖିଛନ୍ତି ।

ସେହିପରି ମହିଳା ଏବଂ ବାଳ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପୋଷଣ, ସ୍ୱାସ୍ଥ୍ୟ ଏବଂ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହନ ଦେଉଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ପୋଷଣ, ଜନଧନ, ଆୟୂଷ୍ମାନ ଭାରତ ଭଳି ଯୋଜନା ଭାରତର ଲକ୍ଷ ଲକ୍ଷ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଯାତ୍ରାରେ ମହିଳା କେନ୍ଦ୍ରରେ ରହିବା ସହ ନେତୃତ୍ୱ ମଧ୍ୟ କରିପାରିଛନ୍ତି ।

Get real time updates directly on you device, subscribe now.