fbpx

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପକ୍ଷୀ ଗଣନା, ପକ୍ଷୀ ବିଶାରଦ ଓ ପରିବେଶବିତ୍ ସାମିଲ

Advertisement

ଭୁବନେଶ୍ୱର: ରାଜ୍ୟର ବିିଭିନ୍ନ ବନାଞ୍ଚଳରେ ପକ୍ଷୀ ଗଣନା ଆରମ୍ଭ । ବଣାଇ ଫରେଷ୍ଟ ଡିଭିଜନ୍ ୭ଟି ରେଞ୍ଜର ୩୧ଟି ସ୍ଥାନରେ, କୋରାପୁଟ ବନାଞ୍ଚଳର ୬ଟି ସ୍ଥାନରେ ୬ଟି ଟିମ୍‌, ପୁରୀ ବନ୍ୟପ୍ରାଣୀ ଡିଭିଜନର ୫ଟି ରେଞ୍ଜରରେ ୨୫ଟି ଟିମ୍ ପକ୍ଷୀ ଗଣନାରେ ସାମିଲ ଅଛନ୍ତି । ଦଶପଲ୍ଲା ରେଞ୍ଜରେ ୪ଟି ଟିମ୍ ଏବଂ ରେଢ଼ାଖୋଳ ଡିଭିଜନର ୬ଟି ରେଞ୍ଜର ୩୪ଟି ସ୍ଥାନରେ ପକ୍ଷୀ ଗଣନା ।

ସେହିପରି ଅସ୍ତରଙ୍ଗରେ ବି ଚାଲିଛି ପକ୍ଷୀ ଗଣନା । କେଲୁଣୀ ଓ କାଦୁଆ ମୁହାଁ ଅଂଚଳରେ ପକ୍ଷୀ ଗଣନା ଆରମ୍ଭ । ଏଥିପାଇଁ ୫ଟି ଟିମରେ ୧୯ ଜଣ କର୍ମଚାରୀ ନିୟୋଜିତ । ପକ୍ଷୀ ବିଶାରଦ ଓ ପରିବେଶବିତ୍ ପକ୍ଷୀ ଗଣନାରେ ସାମିଲ ରହିବା ସହ ପୁରୀ ଡ଼ିଏଫ୍‌ଓଙ୍କ ନେତୃତ୍ୱରେ ଚାଲିଛି ପକ୍ଷୀ ଗଣନା ।

Get real time updates directly on you device, subscribe now.