ରାଜଧାନୀରେ କରୋନା ମହାମାରୀ ପରେ ପିଲାଙ୍କ ଜନ୍ମ ହାରରେ ହ୍ରାସ, ରିପୋର୍ଟ ଆଶ୍ଚର୍ଯ୍ୟଜନକ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋଭିଡ -୧୯ ମହାମାରୀ ପରେ ପିଲାମାନଙ୍କର ଜନ୍ମ ହାରରେ ହ୍ରାସ ଘଟିଛି । ବର୍ତ୍ତମାନ ପ୍ରତି ହଜାରେ ଜନସଂଖ୍ୟାରେ ୧୮.୩୫ ପ୍ରତିଶତରୁ ହ୍ରାସପାଇ ୨୦୨୦ ରେ ୧୪.୮୫ ହୋଇଛି । ‘ଦିଲ୍ଲୀରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ ଉପରେ ବାର୍ଷିକ ରିପୋର୍ଟ୨୦୨୩ ‘ରେ ଏହା ପ୍ରକାଶ ପାଇଛି ।

ଦିଲ୍ଲୀରେ ଜନ୍ମ ଏବଂ ମୃତ୍ୟୁ ପଞ୍ଜୀକରଣ ବାର୍ଷିକ ରିପୋର୍ଟ ୨୦୨୩ ଅନୁଯାୟୀ, ୧୩,୯୧୯ ଅଣ-ଅନୁଷ୍ଠାନିକ ପ୍ରସବ ମଧ୍ୟରୁ ୭,୨୧୬ (୫୧.୮୪ ପ୍ରତିଶତ) ବାଳିକା ଜନ୍ମ ହୋଇଥିଲେ । ଅଣ-ଅନୁଷ୍ଠାନିକ ପ୍ରସବ ହେଉଛି ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଘଟିଥିବା ଡେଲିଭରୀ, ଯେଉଁଥିରେ କୌଣସି ସ୍ୱାସ୍ଥ୍ୟ କର୍ମୀ ଯୋଗ ନଦେଇଥିବେ ।

୪୭.୭୮ ପ୍ରତିଶତ ଝିିଅ ଜନ୍ମ ହୋଇଛନ୍ତି :-

ରିପୋର୍ଟ ଅନୁଯାୟୀ, ମୋଟ ୩,୦୧,୧୬୮ ସଂସ୍ଥାଗତ ପ୍ରସବ ମଧ୍ୟରୁ ୧,୯୪,୪୨୮ (୬୪.୫୬ ପ୍ରତିଶତ) ସରକାରୀ ଡାକ୍ତରଖାନାରେ ହୋଇଥିଲା । ମୋଟ ସଂସ୍ଥାଗତ ପ୍ରସବ ମଧ୍ୟରୁ ୧,୪୩,୮୯୧ (୪୭.୭୮ ପ୍ରତିଶତ) ବାଳିକା ଜନ୍ମ ହୋଇଥିଲେ । ଏହି ରିପୋର୍ଟରେ କୁହାଯାଇଛି ଯେ ସିଭିଲ୍ ରେଜିଷ୍ଟ୍ରେସନ ସିଷ୍ଟମରୁ ବାହାରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ହେଉଛି ଜନ୍ମ ହାର, ଯାହା ୨୦୦୫ ରୁ ୨୦୧୯ ମଧ୍ୟରେ ୧୦୦୦ ଜନସଂଖ୍ୟାରେ ୧୮ ରୁ ୨୨ ମଧ୍ୟରେ ଥିଲା ।

ତଥାପି, କୋଭିଡ୍ -୧୯ ମହାମାରୀ ପରେ, ୨୦୨୦-୨୦୨୩ ରୁ ୧୦୦୦ ଜନସଂଖ୍ୟାରେ ଜନ୍ମ ହାର ୧୩-୧୫ ମଧ୍ୟରେ ରହିଲା । ହ୍ରାସର କାରଣ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ । ୨୦୧୯ ମସିହାରେ, ୧୦୦୦ ଜନସଂଖ୍ୟାରେ ଜନ୍ମ ହାର ୧୮.୩୫ ଥିବାବେଳେ ୨୦୨୦ ରେ ଏହା ୧୪.୮୫ କୁ ହ୍ରାସ ପାଇ ୨୦୨୧ ରେ ୧୩.୧୩ ଏବଂ ପରେ ୨୦୨୨ ଏବଂ ୨୦୨୩ ରେ ୧୪.୨୪ ଏବଂ ୧୪.୬୬ ରେ ପହଞ୍ଚିଛି ।

ସଂସ୍ଥାଗତ ଡେଲିଭରୀରେ ବୃଦ୍ଧି :-

୨୦୨୩ ମସିହାରେ ମୋଟ ଜନ୍ମର ୯୫ ପ୍ରତିଶତରୁ ଅଧିକ ମେଡିକାଲରୁ ଆସିଛି । ଅନୁଷ୍ଠାନିକ ଡେଠଲିଭରୀ ଲଗାତାର ଭାବରେ ବୃଦ୍ଧି ପାଉଛି । ୨୦୦୫ ରେ ଏହା ମାତ୍ର ୭୩.୭୨ ପ୍ରତିଶତ ଥିଲା । ୨୦୨୩ ବର୍ଷ ମଧ୍ୟରେ ମୋଟ ପଞ୍ଜୀକୃତ ଡେଲିଭରୀରେ ଆନୁଷ୍ଠାନିକ ଡେଲିଭରୀର ଅନୁପାତ ୨୦୨୨ ବର୍ଷ ତୁଳନାରେ ବୃଦ୍ଧି ପାଇଛି(୧.୫୬ ପ୍ରତିଶତ) । ୨୦୨୩ ମସିହାରେ ହସ୍ପିଟାଲରେ ସମୁଦାୟ ୩,୦୧,୧୬୮ ଶିଶୁ ଜନ୍ମ ହୋଇଥିଲେ, ଅର୍ଥାତ୍ ୨୦୨୩ ବର୍ଷରେ ପ୍ରତିଦିନ ହାରାହାରି ୮୨୫ ପିଲା ଡାକ୍ତରଖାନାରେ ଜନ୍ମ ହୋଇଥିଲେ । ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଡାକ୍ତରଖାନା ଏବଂ ଘରେ ରେକର୍ଡ ହୋଇଥିବା ମୃତ୍ୟୁ ମଧ୍ୟରେ ଅନୁପାତ ୬୭:୩୩ ଥିଲା ।