ବିଜେଡିର ସାଂଗଠନିକ ନିର୍ବାଚନ, ୧୫ ଉପସଭାପତିଙ୍କ ନାଁ ଘୋଷଣା

ବିଜେଡିରେ 15 ଉପସଭାପତି ।

ଭୁବନେଶ୍ବର: ବିଜେଡିର ସାଂଗଠନିକ ନିର୍ବାଚନ ନେଇ ୧୫ ଉପସଭାପତିଙ୍କ ନାଁ ଘୋଷଣା କରାଯାଇଛି । ବିଜେଡି ସାଂଗଠନ ଦୁର୍ବଳ ହୋଇ ଯାଉଥିବା ବେଳେ ଦଳ ଉପସଭାପତି ଦାୟିତ୍ବରେ ଅନେକ ବରିଷ୍ଠଙ୍କୁ ରଖିଛି । ଅନ୍ୟପଟେ ଦଳ ପାଇଁ ବିପଦ ରହିଥିବା ନେତାଙ୍କୁ ଦାୟିତ୍ବ ଦିଆଯାଇ ନାହିଁ ।

ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଦାୟିତ୍ବ ଦିଆଯାଇଛି । ବରିଷ୍ଠ ଉପସଭାପତି ତାଲିକାରେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ ରହିଛନ୍ତି ।

ସେହିପରି ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଉପସଭାପତି ଦାୟିତ୍ବ ଦିଆଯାଇଛି । ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢ଼ୋଲକିଆ ରହିଛନ୍ତି ।

ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି । ପ୍ରକାଶଥାଉକି,  ବିଜୁ ଜନତା ଦଳ ପକ୍ଷରୁ ୬ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା ।

ଭୁବନେଶ୍ୱରର ବିଜେଡି ସଭାପତି ହେଲେ ଅଶୋକ ପଣ୍ଡା । ସୁଶାନ୍ତ ରାଉତଙ୍କ ସ୍ଥାନରେ ଅଶୋକ ପଣ୍ଡାଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି । ବଲାଙ୍ଗୀରରେ ଟୁକୁନି ସାହୁଙ୍କ ବଦଳରେ ସରୋଜ ମେହେରଙ୍କୁ ଦାୟିତ୍ବ ଦିଆଯାଇଛି ।