BREAKING: ବିଜେଡିର ୧୮ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା

ଘୋଷଣା ହେଲା ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ। ୧୮ ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ।

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ଜିଲ୍ଲା ସଭାପତିଙ୍କ ନାଁ। ୧୮ ଜିଲ୍ଲାରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଦଳ। ଅନୁଗୁଳ ଜିଲ୍ଲାରୁ ବ୍ରଜକିଶୋର ପ୍ରଧାନ, ପୁରୀ ଜିଲ୍ଲାର ଉମା ସାମନ୍ତରାୟଙ୍କ ନାଁ ଘୋଷଣା କରାଯାଇଛି।

ବରଗଡ଼ ଜିଲ୍ଲାର ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ଜିଲ୍ଲାର ଜଗନ୍ନାଥ ସ୍ୱାଇଁ, ବୌଦ୍ଧ ଜିଲ୍ଲାର ପ୍ରଦୀପ ଅମାତଙ୍କ ନାଁ ଘୋଷଣା କରାଯାଇଛି। ଦେବଗଡ଼ ଜିଲ୍ଲାର ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତି ଜିଲ୍ଲାର ପ୍ରଦୀପ ନାୟକଙ୍କ ନାଁ ଘୋଷଣା କରାଯାଇଛି।

ସେହିପରି ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ଯାଜପୁରରୁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ାରୁ ହରୀଶ ଗଣତ୍ରା, କନ୍ଧମାଳରୁ ପଦ୍ମନାଭ ବେହେରାଙ୍କ ନାଁ ଘୋଷଣା କରାଯାଇଛି।

ମାଲକାନଗିରିରୁ ମାନସ ମାଡକାମୀ, ମୟୂରଭଞ୍ଜରୁ ସୁଦାମ ମାଣ୍ଡି,ନୟାଗଡ଼ରୁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ାରୁ ଅବନୀ ରଞ୍ଜନ ଯୋଶୀ, ସୁବର୍ଣ୍ଣପୁରରୁ ସରୋଜିନୀ କମ୍ପ, ସୁନ୍ଦରଗଡ଼ରୁ ଯୋଗେଶ ସିଂ, ନବରଙ୍ଗପୁରରୁ ମନୋହର ରନ୍ଧାରୀଙ୍କ ନାଁ ଦଳ ପକ୍ଷରୁ ଘୋଷରା କରାଯାଇଛି।