fbpx

ବିଜେଡ଼ି ବାଣ୍ଟିଲା ପଦବୀ:ଗଜପତି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ..

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ ଆଦେଶକ୍ରମେ ବିଜେଡି ପ୍ରଦୀପ କୁମାର ନାୟକ ଏବଂ ବସନ୍ତ କୁମାର ଦାସ ଙ୍କୁ ଗଜପତି ଜିଲ୍ଲାର ରାଜ୍ୟ ସମ୍ପାଦକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ଦଳର ରାଜ୍ୟ ସମ୍ପାଦକ ପଦ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ବିଜେଡ଼ି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆଜି ସୂଚନା ଦେଇଛନ୍ତି । ଏହାକୁ ତତକ୍ଷଣାତ କାର୍ଯ୍ୟ କରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବା ବେଳେ ଦଳକୁ ଆହୁରି ସୁଦୃଢ କରିବା ପାଇଁ ସୁପ୍ରିମୋ ଏହି ନିଷ୍ପତି ନେଇଛନ୍ତି । ତେବେ ଏହା ସହିତ ଗାତପତି ଜିଲ୍ଲା ଆଉ କନ୍ଧମାଳ ଜିଲାରେ ମଧ୍ୟ ଦାୟୀତ୍ୱ ବଣ୍ଟନ କରାଯାଇଛି ।

ଆଗକୁ ଆସୁଥିବା ନିର୍ବାଚନ ପାଇଁ ବିଜେଡି ଏବେ ଠାରୁ ତାର ରୋଡ଼ ମ୍ୟାପ ପ୍ରସ୍ତୁତ କରି ସାରିଲାଣି । ସେଥିପାଇଁ ସାଙ୍ଗଠନିକ ଦାୟୀତ୍ୱ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ଦ୍ୱାରା ବିଜେଡି ଆଗାମୀ ନିର୍ବାଚନରେ ଯେପରି ବିପୁଳ ସମର୍ଥନ ଗୋଟାଇ ପାରିବ।

Get real time updates directly on you device, subscribe now.